ଆଜିଠୁ ଚୀନରେ ଆରମ୍ଭ ଏସିଆନ୍ ପାରା ଗେମ୍ସ

ଆଜିଠୁ ଚୀନରେ ଆରମ୍ଭ ହେବ ଏସିଆନ୍ ପାରା ଗେମ୍ସ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ଏସିଆନ ପାରା ଗେମ୍ସ । ଭାରତରୁ ମୋଟ ୩୦୯ ଜଣ ଆଥଲେଟ ଏଥିରେ ଭାଗ ନେଉଛନ୍ତି । ୧୯୬ ଜଣ ପୁରୁଷ ୧୧୩ ମହିଳା ଆଥଲେଟ ଏଥିରେ ଭାଗ ନେଇଛନ୍ତି । ଓଡ଼ିଶାରୁ ୭ ଜଣ ଭାଗ ନେଉଛନ୍ତି । ସେମାନେ ହେଲେ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ରଖାଲ କୁମାର ସେଠୀ, ଭି. ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ଏବଂ ପୂଜାସ୍ବିନୀ ନାୟକ । ସେମାନେ ଏସିଆନ ପାରା ଗେମ୍ସକୁ ମନୋନୀତ ହେବା ପାଇଁ କଠିନ ପରିଶ୍ରମ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସିଆନ ପାରା ଗେମ୍ସର ଆଥଲେଟଙ୍କ ପାଇଁ ଶୁକ୍ରବାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ୭ ଜଣ ଓଡ଼ିଆ ପାରା ଆଥଲେଟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ସେଠାରେ ସଫଳତା ପାଇଁ ପାରା ଆଥଲେଟଙ୍କୁ ମୁଖ୍ୟମନ୍ତ୍ରୀ ଶୁଭକାମନା ଜଣାଇଛନ୍ତି । ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଏସିଆନ ପାରା ଗେମ୍ସ-୨୦୨୨ ପାଇଁ ଯୋଗ୍ୟତା ଅର୍ଜନ ସକାଶେ ଅକ୍ଳାନ୍ତ ପରିଶ୍ରମ କରିଥିବା ଆମ ପାରା ଆଥଲେଟଙ୍କ ପାଇଁ ଆମେ ଗର୍ବିତ । ଆମ ଖେଳାଳି ଏସିଆନ ଗେମ୍ସରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରଖିଛି ।’

 

Related Articles

Back to top button