ନ୍ୟୁୟର୍କରେ ମିଳିଲା ପୋଲିଓର ନୂଆ ଭାଇରସ, ସରକାର ଘୋଷଣା କଲେ ଏମରର୍ଜେନ୍ସି

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରେ ପୋଲିଓର ନୂଆ ଭାଇରସ ଚିହ୍ନଟ ହେବା ପରେ ଆତଙ୍କ ଖେଳି ଯାଇଛି । ତଦନ୍ତ ପରେ ନ୍ୟୁୟର୍କରେ ଏମରର୍ଜେନ୍ସି ଘୋଷଣା କରାଯାଇଛି।

ଆମେରିକାର ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ନ୍ୟୁୟର୍କର ଦୂଷିତ ପାଣିରେ ପୋଲିଓ ଭାଇରସ ଚିହ୍ନଟ ହେବା ପରେ ଷ୍ଟେଟ୍ ଏମରଜେନ୍ସି ଘୋଷଣା କରାଯାଇଛି । ଟିକାକରଣକୁ ବ୍ୟାପକ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ରାଜ୍ୟର କିଛି ଅଂଶରେ ପୋଲିଓ ଟିକାକରଣ ହାର ବହୁତ କମ ରହିଛି । ଏହାସହ ପୋଲିଓ ଭାଇରସର ନମୂନା ଏବଂ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ବୁଷ୍ଟର ଡୋଜ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରିପୋର୍ଟ ଅନୁସାରେ ଏହି ପୋଲିଓ ଭାଇରାସ ନ୍ୟୁୟର୍କର ନସାଓ କାଉଣ୍ଟୀର ଏକ ନାଳର ପାଣିରେ ଏହି ଭାଇରସ ଚିହ୍ନଟ ହୋଇଛି । ତେବେ ଏହି କୌଣସି ସଂକ୍ରମିତ ବ୍ୟକ୍ତଙ୍କ ଠାରୁ ଆସିଛି କି ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । ଉଲ୍ଲେଖଯୋଗ୍ୟ ଯେ, ପୋଲିଓ ଭାଇରାସରେ ସବୁଠୁ ଅଧିକ ଶିଶୁ ପ୍ରଭାବିତ ହେଉଛନ୍ତି । ଭ୍ୟାକ୍ସିନ ସାହାଯ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ।

Related Articles

Back to top button