ଶ୍ରୀଲଙ୍କାରେ ୬୦ ଲକ୍ଷ ନାଗରିକଙ୍କ ଉପରେ ଖାଦ୍ୟ ସଂକଟ

୫୦୦ କୋଟି ଟଙ୍କାର ସହାୟତା ମାଗିଲା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲୁଏଫପି)

ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଂକଟ ଯୋଗୁଁ ହାହାକାର ସୃଷ୍ଟି ହୋଇଛି । ଦରବୃଦ୍ଧି ଏତେ ବଢିଯାଇଛି ଯେ, ଲୋକେ ଖାଇବା କିଣିବାକୁ ମଧ୍ୟ ଅସମର୍ଥ ହେଉଛନ୍ତି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଡବ୍ଲୁଏଫପି) କହିଛି ଦେଶରେ ୬୦ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ଖାଦ୍ୟ ସଂକଟ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ବର୍ତ୍ତମାନ ୩୦ ଲକ୍ଷ ଲୋକଙ୍କ ଭୋକ ଦୂର କରିବା ପାଇଁ ୫୦୦ କୋଟି ଟଙ୍କା(ଭାରତୀୟ ଟଙ୍କା) ଆବଶ୍ୟକତା ରହିଛି।

ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ(ଶ୍ରୀଲଙ୍କା)ର ରାଷ୍ଟ୍ରୀୟ ମୁଖ୍ୟ ଅବଦୁର ରହୀମ ସିଦ୍ଦିକୀ କହିଛନ୍ତି, ଦେଶର ଅର୍ଥବ୍ୟବସ୍ଥା ଭୟଙ୍କର ଆର୍ଥିକ ସଂକଟର ସାମନା କରୁଛି ଯାହା ସ୍ୱାଧୀନତା ପରଠାରୁ ସବୁଠୁ ବଡ଼ ସକଂଟ। ଏହାସହ ନିକଟ ଭବିଷ୍ୟତରେ ଆଶ୍ଚର୍ଯ୍ୟଜନକ ଭାବେ ମୁଦ୍ରାସ୍ପୀତି ବଢିବାର ଅନୁମାନ କରାଯାଉଛି। ସିଦ୍ଦିକୀ କହିଛନ୍ତି, ଶ୍ରୀଲଙ୍କା ନିଜର ସ୍ୱାଧୀନତା ପରେ ସବୁଠୁ ବଡ଼ ଚ୍ୟାଲେଞ୍ଜର ସାମନା କରୁଛି। ଖାଦ୍ୟ ମୁଦ୍ରାସ୍ପୀତି ହାର ଜୁନ ସୁଦ୍ଧା ୮୦ ପ୍ରତିଶତ ଅଧିକ ଅଛି ଏବଂ ଆସନ୍ତା ମାସରେ ଏହା ଆହୁରି ଅଧିକ ହେବାର ସମ୍ଭାବନା ରହିଛି।

ଏକ ରିସର୍ଚ୍ଚ ଅନୁସାରେ, ଦେଶର ଏକ ଚତୁର୍ଥାଂଶ ଲୋକେ ଅର୍ଥାତ ପ୍ରାୟ ୫୩ ଲକ୍ଷ ଲୋକେ ନିଜର ଖାଇବା କମାଇଛନ୍ତି କିମ୍ୱା ଗୋଟିଏ ଓଳିଏର ଖାଇବା ଛାଡିଛନ୍ତି । ଶ୍ରୀଲଙ୍କାରେ ଖାଦ୍ୟ ସଂକଟ ମଧ୍ୟରେ ସମୟର ଆବଶ୍ୟକତା ନଜରରେ ରଖି ୨୦୨୨ ଶେଷ ସୁଦ୍ଧା ୫୦୦ କୋଟି ଟଙ୍କା ଦରକାର ପଡିବ । ତେବେ ଏହା ପରେ ବି କେବଳ ୩୦ ପ୍ରତିଶତ ଲୋକଙ୍କ ଭୋକ ଦୂର କରାଯାଇ ପାରି

Related Articles

Back to top button