
ପାକିସ୍ତାନରେ ହେବ ଶ୍ରୀଲଙ୍କା ସ୍ଥିତି! ରାଜସ୍ୱ ଖାଲି ପଡିଛି
ଶ୍ରୀଲଙ୍କାର ଭୟଙ୍କର ସ୍ଥିତି କାହରିକୁ ଅଛପା ନାହିଁ । ଶାସନ ଅବ୍ୟବସ୍ଥା ପୁରା ଦେଶକୁ କିପରି ଛାରଖାର କରିପାରେ ଶ୍ରୀଲଙ୍କା କାହାର ଜ୍ୱ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି । ଦେଶରେ ଲୋକେ ଖାଇବାକୁ ପାଉନାହାଁନ୍ତି । ରୋଗୀଙ୍କ ପାଇଁ ଔଷଧ ନାହିଁ । ଦେଶ ଛାଡି ପଳାଇଛନ୍ତି ରାଷ୍ଟ୍ରମୁଖ୍ୟ । ଏପରି ଦୁର୍ଦ୍ଦଶାର ଆଉ ଏକ ଛବି ଖୁବଶୀଘ୍ର ପଡୋଶୀ ପାକିସ୍ତାନରେ ମଧ୍ୟ ଦେଖାଯିବାର ସୂଚନା ମିଳିଲାଣି ।
ପାକିସ୍ତାନରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହେଲାଣି । ଦେଶର ରାଜସ୍ୱ ଧୀରେ ଧୀରେ ଖାଲି ହେବାକୁ ବସିଲାଣି । ଦେଶରୁ ବିଦେଶୀ ମୁଦ୍ରା କମି କମି ଯାଉଛି । ସବୁଠୁ ବଡ କଥା ହେଉଛି ଦେଶ ଉପରେ ଏବେ ବିଦେଶୀ ଋଣର ବଡ ବୋଝ ।
‘ଦ ଡନ୍’ର ରିପୋର୍ଟ ମୁତାବକ, ୨୦୨୧ରେ ପାକିସ୍ତାନ ଉପରେ ୧୩.୩୮ ଅରବ ଡଲାର ବିଦେଶୀ ଋଣ ଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ପାକିସ୍ତାନର ବିଦେଶୀ ଋଣ ବଢି ବଢି ଆସି ୧୦.୮୮୭ ଅରବ ଡଲାରରେ ପହଞ୍ଚିଛି । ଋଣ ସୁଝିବାକୁ ଆହୁରି ଅଧିକ ଋଣ କରିଚାଲିଛନ୍ତି ପାକିସ୍ତାନ ସରକାର । ବିଶେଷ କରି ଚିନ୍ ଠାରୁ ଉଚ୍ଚ ସୁଧ ଦରରେ ଆଣିଛି ଋଣ । ତେଣୁ ଏହାକୁ କିପରି ସୁଝିବ ସେହି ଚିନ୍ତାରେ ଏବେ ପାକିସ୍ତାନ ସରକାର ।