୧୨ ସିଂହ ନିଲାମ କରିବ ପାକିସ୍ତାନର ଏକ ଚିଡ଼ିଆଖାନା

ଇସଲାମାବାଦ: ପାକିସ୍ତାନର ଏକ ଚିଡ଼ିଆଖାନା ଖାଦ୍ୟ ଓ ସ୍ଥାନ ଅଭାବ ଦୂର ପାଇଁ ୧୨ଟି ସିଂହ ନିଲାମ କରିବ। ସିଂହ ନିଲାମ ପାଇଁ ମୂଳ ମୂଲ୍ୟ ଦେଢ଼ ଲକ୍ଷ ପାକିସ୍ତାନୀ ମୁଦ୍ରା ରଖାଯାଇଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତି ପରିବେଶବିତ୍‌ଙ୍କ ଚିନ୍ତା ବଢ଼ାଇଛି। ଲାହୋରସ୍ଥିତ ସଫାରୀରେ ୨୯ଟି ସିଂହ ରହିଥିବା ବେଳେ ସେଥିରୁ ଅଗଷ୍ଟ ୧୧ରେ ୧୨ଟି ସିଂହ ନିଲାମ ହେବ ବୋଲି ଚିଡ଼ିଆଖାନା ଉପ ନିର୍ଦ୍ଦେଶକ ତନବୀର ଅହମ୍ମଦ ଜନୁଜା କହିଛନ୍ତି। ସେ କହିଛନ୍ତି, କେବଳ ସ୍ଥାନାଭାବ ନୁହେଁ, ସିଂହଗୁଡିକୁ ଦିଆଯାଉ ଥିବା ମାଂସ ଖର୍ଚ୍ଚ ମଧ୍ୟ କମ୍‌ କରାଯାଇ ପାରିବ।

ଏଠାକାର ପ୍ରାଣୀପ୍ରେମୀମାନେ ଏଭଳି ନିଲାମକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି, ସେହି ସିଂହମାନଙ୍କୁ ଅନ୍ୟ ଚିଡ଼ିଆଖାନାକୁ ସ୍ଥାନାନ୍ତର ସହ ସେମାନଙ୍କ ବଂଶ ବୃଦ୍ଧି ରୋକିବାକୁ ଗର୍ଭ ନିରୋଧକ ବ୍ୟବହାର କରାଯିବା ଉଚିତ୍‌। କିନ୍ତୁ ନିଲାମ କରିବା ଅନୁଚିତ।

Related Articles

Back to top button