ଉଡ଼ନ୍ତା ହେଲିକପ୍ଟର୍‌ରେ ପୁଲ୍‌-ଅପ୍ ମାରି କଲେ ଗିନିଜ ରେକର୍ଡ

 ଡଚ୍‌ର ଦୁଇଜଣ ଫିଟ୍‌ନେସ୍‌ପ୍ରେମୀ ହେଲିକପ୍ଟର୍‌ରେ କଲେ ପୁଲ୍‌ଅପ୍‌ । ଉଡ଼ାଣବେଳେ ୧ ମିନିଟ୍‌ରେ ମାରିଲେ ସର୍ବାଧିକ ସଂଖ୍ୟକ ପୁଲ୍‌-ଅପ୍‌ । ଗିନିଜ୍‌ ୱାର୍ଲ୍ଡ ରେକର୍ଡସରେ ପାଇଲେ ସ୍ଥାନ । ଷ୍ଟାନ୍‌ ବ୍ରୁଇନିଙ୍କ ଓ ତାଙ୍କ ଫିଟ୍‌ନେସ୍‌ ଚ୍ୟାନେଲ୍‌ର ସହ-ସଂଚାଳକ ଆର୍ଜେନ୍‌ ଆଲବର୍ସ ବିଶ୍ୱ ରେକର୍ଡ ଟାଇଟଲ୍‌ ପାଇବା ପାଇଁ ବେଲ୍‌ଜିୟମ୍‌ର ଆଣ୍ଟୱେର୍ପ ସ୍ଥିତ ହୋଭେନେନ୍‌ ଏୟାରଫିଲ୍ଡରେ ଏହି ଦୁଃସାହସିକ ପ୍ରୟାସ କରିଥିଲେ ।

ହେଲିକପ୍ଟର ଆକାଶରେ ଉଡୁଥିବାବେଳେ ଆଲବର୍ସ ପ୍ରଥମେ ତା’ର ଟ୍ରେଡ୍‌ସରେ ୨୪ଟି ପୁଲ୍‌-ଅପ୍‌ କଲେ । ଏହା ଜରିଆରେ ଲଗାତାର ରେକର୍ଡ ବ୍ରେକର୍‌ ଆମେରିକୀୟ ରୋମାନ୍‌ ଶାହରାଡିଆନ୍‌ଙ୍କ ୨୩ଟି ପୁଲ୍‌-ଅପ୍‌ର ରେକର୍ଡ ସେ ଭାଙ୍ଗିଲେ । ତା’ପରେ ବ୍ରୁଇନିଙ୍କ ହେଲିକପ୍ଟରରେ ଝୁଲି ୨୫ଟି ପୁଲ୍‌-ଅପ୍‌ କଲେ ଏବଂ ଆଲବର୍ସଙ୍କ ରେକର୍ଡ ଭଙ୍ଗ କଲେ ।

ଏହା ପୂର୍ବରୁ ଇଟାଲିର ଦୁଇଜଣ ବ୍ୟକ୍ତି ଲୋ ଶୋ ଡି ରେକର୍ଡ ସମୟରେ ଏକ ଗତିଶୀଳ ଯାନରେ ଟାୟାର ବଦଳାଇ ଗିନିଜ୍‌ ବିଶ୍ୱ ରେକର୍ଡ କରିଥିଲେ । ମାନୁଏଲ ଜୋଲଡାନ୍‌ ଗାଡ଼ି ଚଳାଉଥିବାବେଳେ ଜିଆନ୍‌ଲୁକା ଫୋଲ୍‌କୋ ଟାୟାର ବଦଳାଇଥିଲେ । କାର୍‌ ଚଳାନା ସମୟରେ ସବୁଠୁ ଦ୍ରୁତ ବେଗରେ ମାତ୍ର ୧ ମିନିଟ୍‌ ୧୭ ସେକେଣ୍ଡରେ ଟାୟାର ବଦଳାଇ ସେମାନେ ବିଶ୍ୱ ରେକର୍ଡ ହାସଲ କରିଥିଲେ ।

Related Articles

Back to top button