ନେପାଳରେ ଉଡାଣ ଭରିବାର ସାତ ମିନିଟ ମଧ୍ୟରେ ସନ୍ତୁଳନ ହରାଇ ଜରୁରୀ ଅବତରଣ କଲା ବିମାନ

କାଠମାଣ୍ଡୁ: ନେପାଳର ପୋଖରା ବିମାନବନ୍ଦରରୁ ଏକ ବିମାନ ଉଡ଼ାଣ ଭରିବାର ସାତ ମିନିଟ ମଧ୍ୟରେ ଜରୁରୀ ଅବତରଣ କରାଯାଇଛି। ବିମାନଟି ମୁସ୍ତାଙ୍ଗ ଅଭିମୁଖେ ବିମାନ ଉଡାଣ ଭରିଥିଲେ । କିନ୍ତୁ କିଛି ସମୟ ପରେ ପାଇଲଟ ବୁଝିପାରିଥିଲେ କିଛି ଗଡ଼ବଡ ହୋଇଛି। ଯେଉଁଥିପାଇଁ ସେ ହଠାତ ଜରୁରୀକାଳୀନ ଅବତରଣ କରାଥିଲେ। ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ଅଛି। ତେବେ କଣ ଗଡବଡ ରହିଛି ତାହା ଏଯାବତ ଜଣାପଡିନି।

ମେ ମାସ ପୂର୍ବରୁ ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଏକ ବିମାନ ଦୁର୍ଘଟଣା ଘଟିଥିଲା। ଖରାପ ପାଗ ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଖରାପ ପାଗ ଯୋଗୁଁ ବିମାନଟି ବାମକୁ ଯିବା ବଦଳରେ ଡାହାଣକୁ ପଳାଇଥିଲା। ଯେଉଁଥିପାଇଁ ବିମାନଟି ପର୍ବତ ସହିତ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ମେ ମାସରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବିମାନରେ ୪ ଜଣ ଓଡ଼ିଆ ଥିଲେ। ୨୦୧୬ ମସିହାର ମଧ୍ୟ ଏକ ତାରା ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ସମସ୍ତ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ବ୍ୟତୀତ, ୨୦୧୮ ମସିହାରେ, ୟୁଏସ-ବାଙ୍ଗଲା ବିମାନ Trubhuvan International Airport ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ବିମାନରେ ଥିବା ୫୧ ଜଣଙ୍କର ମୃତ୍ୟୁ ଘଟିଥିଲା।

Related Articles

Back to top button