ବାରିପଦା ଜଗନ୍ନାଥ ମନ୍ଦିରରେ ନୀତି ବିଳମ୍ବ ଘଟଣାରେ ୫ଜଣ ସେବାୟତ ନିଲମ୍ବିତ

ବାରିପଦା: ବାରିପଦା ଜଗନ୍ନାଥ ମନ୍ଦିରରେ ନୀତି ବିଳମ୍ବ ଘଟଣାରେ ଆକ୍ସନ । ମାମଲାରେ ୫ଜଣଙ୍କୁ ନିଲମ୍ବିତ କରାଯାଇଛି । ସେମାନଙ୍କ ମଧ୍ୟରେ ମନ୍ଦିର ଟହଲିଆ ସେବାୟତ ଭାନୁ ମହାଭୋଇ, କୃଷ୍ଣଚନ୍ଦ୍ର ବାରିକ, ମହେଶ୍ବର ମହାକୁଡ଼, ଦୀପଙ୍କର ମହାଭୋଇ, ଚିତ୍ତ ରଞ୍ଜନ ମହାଭୋଇ ଉକ୍ତ ରହିଛନ୍ତି । ଦେବତ୍ୱର ବିଭାଗ ପତ୍ର ସଂଖ୍ୟା ୫୫୪ ଅନୁଯାୟୀ ନିଲମ୍ବନ ଆଦେଶ ଦିଆଯାଇଛି।

ଖବର ଅନୁଯାୟୀ, ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ଶୁକ୍ରବାର ସନ୍ଧ୍ୟା ଆଳତୀ ପରେ ନୀତିକାନ୍ତି ପୂର୍ବକ ମହାପ୍ରଭୁଙ୍କ ପହଡ ପଡିବା କଥା । କିନ୍ତୁ ସେବା କାର୍ଯ୍ୟରେ ଥିବା ଭାନୁ ମହାଭୋଇ ଦୁର୍ଘଟଣାରେ ଆହତ ହୋଇଥିଲେ। ମାତ୍ର ତାଙ୍କ ବଦଳରେ ଅନ୍ୟ କୌଣସି ସେବାୟତ ମଧ୍ୟ ମହାପ୍ରଭୁଙ୍କ ସେବାରେ ଯୋଗ ଦେଇନଥିଲେ। ଫଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତିକାନ୍ତି ସମାପନ ହୋଇ ପାରିନଥିଲା। ଯାହାକୁ କେନ୍ଦ୍ର କରି ମନ୍ଦିର ସେବାୟତ ଏବଂ ଜିଲ୍ଲାର ସଂଗଠନ ପକ୍ଷରୁ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଉ ଏବେ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Related Articles

Back to top button