ଅଢ଼େଇ ମାସ ପରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଙ୍ଗଳବାର ଆବେଙ୍କ ଶେଷକୃତ୍ୟରେ ସାମିଲ ହେବାକୁ ଟୋକିଓରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସହ ଅନେକ ବିଶ୍ବନେତା ଟୋକିଓରେ ପହଞ୍ଚି ଆବେଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଢ଼େଇ ମାସ ପରେ ସିଞ୍ଜୋ ଆବେଙ୍କ ଶେଷକୃତ୍ୟ ହେଉଛି।

ପ୍ରାୟ ୧୦୦ଟି ଦେଶର ପ୍ରତିନିଧିଙ୍କ ସହ ୨୦ଟି ପ୍ରମୁଖ ରାଷ୍ଟ୍ରମୁଖ୍ୟ ମଙ୍ଗଳବାର ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ସାମିଲ ହୋଇଥିବା ନେଇ ସୂଚନା ମିଳିଛି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦେଶ ବୈଦେଶିକ ନୀତିରେ ଅନେକ ସୁଧାର ଆଣିଥିଲେ । ଯାହାଫଳରେ ଅନେକ ଦେଶ ସହ ଜାପାନଙ୍କ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ ହୋଇ ପାରିଥିଲା । ଏହି କ୍ରମରେ ଭାରତ ସହ ଜାପାନ ସମ୍ପର୍କ ଦୃଢ଼ିଭୁତ ହୋଇଥିବା ବେଳେ ସିଞ୍ଜୋ ଆବେଙ୍କ ମୋଦିଙ୍କ ବ୍ୟକ୍ତିଗତ ସମ୍ପର୍କ ଗଢ଼ି ଉଠିଥିଲା ।

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ କହିଥିଲେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓରେ ପହଞ୍ଚିଛନ୍ତି । ସେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ସାମିଲ ହେବେ । ଏହାପରେ ସେ ପ୍ରଧାନମନ୍ତ୍ରୀ କିଶିଦାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ଏହି ଆଲୋଚନାରେ ଭାରତ-ଜାପାନ ଦ୍ବିପାକ୍ଷିକ ସମ୍ପର୍କ ଦୃଢ଼ିଭୁତ ହୋଇପାରିବ ।”

ଏହାପୂର୍ବରୁ ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁଲାଇ 8 ରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଶିକାର ହୋଇ ପ୍ରାଣ ହରାଇଥିଲେ ସିଞ୍ଜୋ ଆବେ । ଆଜି ତାଙ୍କର ଶେଷକୃତ୍ୟ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ ହେବା ନେଇ ଧାର୍ଯ୍ୟ କରାଯାଇଥିବାବେଳେ, ପ୍ରଧାନମନ୍ତ୍ରୀ ମୋଦି ରାଜଧାନୀ ଟୋକିଓରେ ପହଞ୍ଚିଛନ୍ତି । ଅନ୍ୟ କିଛି ରାଷ୍ଟ୍ରମୁଖ୍ୟ ମଧ୍ୟ ସିଞ୍ଜୋଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସାମିଲ ହେଉଥିବା ନେଇ ମଧ୍ୟ ସୂଚନା ମିଳିଛି ।

ତେବେ ଜାପାନର ପରମ୍ପରା ଅନୁସାରେ ଆଜି ସିଞ୍ଜୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ଜାପାନ ପକ୍ଷରୁ ସ୍ଥିର କରାଯାଇଥିବାବେଳେ, ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସମେତ ବହୁ ବିଶିଷ୍ଟ ରାଷ୍ଟ୍ରମୁଖ୍ୟ ମଧ୍ୟ ଜାପାନ ଗସ୍ତ କରିବେ । ସିଞ୍ଜୋଙ୍କ ଶେଷକୃତ୍ୟ ରାଜଧାନୀ ଟୋକିଓରେ ହେବାକୁ ଯାଉଛି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଛନ୍ତି ଜାପାନ ସରକାର । ଏକାଧିକ ଅନ୍ୟ ରାଷ୍ଟ୍ରମୁଖ୍ୟ ସାମିଲ ହେଉଥିବାରୁ ସୁରକ୍ଷା ପାଇଁ ପ୍ରାୟ ୧୧ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରାଯାଉଥିବା ଜାପାନର କିଛି ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

Related Articles

Back to top button