ଏସସିବିରୁ ଶିଶୁ ଚୋରି ଘଟଣା: ଭୁଲ୍‌ରେ ବଦଳ ହୋଇଥିବା କହିଲେ ଦମ୍ପତି

କଟକ: ଜିଲ୍ଲାର ବଡ଼ ମେଡ଼ିକାଲ ଏସସିବି (SCB)ରୁ ନବଜାତକ ଶିଶୁ କନ୍ୟା ଚୋରି ଘଟଣାରେ ନୂଆ ଟ୍ବିଷ୍ଟ । ପିଲା ଚୋରି ଘଟଣା ସତ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ନବଜାତକ ଶିଶୁ ମିଳିଯାଇଛି । ଭୁଲରେ ପିଲା ଅଦଳବଦଳ ବାହାନା କରିଛନ୍ତି ଛୁଆ ନେଇଯାଇଥିବା ଦମ୍ପତି । ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ । ପୁରୀ ଚନ୍ଦନପୁର ଅଞ୍ଚଳର ତୋଫାନ କୁମାର ଜେନାଙ୍କ ପତ୍ନୀ ଜାଆଁଳା ଶିଶୁ କନ୍ୟା ଜନ୍ମ ଦେଇଥିଲେ ।

ଗୋଟିଏ ଝିଅର ସ୍ବାସ୍ଥ୍ୟ ବସ୍ଥା ଭଲ ନଥିବା ତାଙ୍କୁ ଆଇସିୟୁରେ ରଖାଯାଇଥିଲା । କଟକ ପ୍ରତାପନଗରୀର ଜଣେ ମହିଳାଙ୍କ ଶିଶୁପୁତ୍ର ସେହି ୱାର୍ଡରେ ଥିଲା । ସେମାନେ ଭୁଲରେ ତାଙ୍କ ପୁଅ ବଦଳରେ ଏକ ଝିଅକୁ ନେଇଥିଲେ । କପଡା ଗୁଡା ହୋଇଥିବାରୁ ସେ ଜାଣିପାରିନଥିଲେ ଘରକୁ ଯାଇ ଦେଖିବା ପରେ ଜାଣିବାକୁ ପାଇଥିଲେ ଶିଶୁପୁତ୍ର ନୁହେଁ ପିଲାଟି ଶିଶୁକନ୍ୟା । ଏହାପରେ ସେମାନେ ଡାକ୍ତରଖାନା ଆସି ତୋଫାନଙ୍କ ଝିଅକୁ ଛାଡିଯାଇଛନ୍ତି । ତୋଫାନ ମଧ୍ୟ ତାଙ୍କ ଝିଅକୁ ଚିହ୍ନଟ କରିଛନ୍ତି ।

ମହିଳା ଜଣଙ୍କ ଏସିବି ଆସି କହିଥିଲେ କି ଆମର ପୁଅ ସନ୍ତାନ ନେବା ବଦଳରେ ଆମେ ଆଉ ଜଣଙ୍କ ଝିଅ ସନ୍ତାନ ନେଇଯାଇଛୁ । ଅଦଳବଦଳ ନାଟକ ରଚିଥିବା ମହିଳା ଓ ତାଙ୍କ ସ୍ଵାମୀ ସତ କଥା ସ୍ବୀକାର କରିଛନ୍ତି । ରୀତିମତ ସେ ଆଠ ଦିନ ଧରି ମେଡିକାଲ ସ୍ତ୍ରୀ ପ୍ରସୂତି ବିଭାଗକୁ ଆସୁଥିଲା ହେଲେ ସେ ଏଠାରେ ଆଡ଼ମିଶନ ନେଇ ନାହାନ୍ତି କି ଏଠାରେ ପୁତ୍ର ସନ୍ତାନ ପ୍ରସବ କରିନାହିଁ ।

ଘଟଣା ବିଷୟରେ ତଦନ୍ତ ଜାରି ରହିଛି। ଆଉ କିଛି ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି କହିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ ଡାକ୍ତର ଅବିନାଶ ରାଉତ । ପ୍ରାଥମିକ ତଦନ୍ତରୁ ମହିଳା ଜଣଙ୍କ ଉଦ୍ଦେଶ୍ୟମୂଳକ ଭାବେ ପିଲା ନେଇଥିବା କହିଛନ୍ତି ହସ୍ପିଟାପ ପ୍ରଶାସନିକ ଅଧିକାରୀ । କଟକ ପ୍ରତାପନଗରୀ ଅଞ୍ଚଳର ଏହି ଦମ୍ପତିଙ୍କୁ ଏବେ ପୋଲିସ ଅଟକ ରଖିଛି । ଅଟକ ମହିଳା ଜଣଙ୍କ ପ୍ରତାପନଗରୀ ଅଞ୍ଚଳର ସ୍ୱିଟି ରାଉତ ବୋଲି ସୂଚନା ମିଳିଛି । ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି । ଏପରି ଘଟଣା କିପରି ଘଟିଲା ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Related Articles

Back to top button