ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ

ଲଣ୍ଡନ: ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ । ବ୍ରିଟେନ ରାଜଗାଦିରେ ସବୁଠୁ ଅଧିକ ଦିନ ଧରି ଶାସନ କରିଥିବା ମାହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସ୍କଟଲ୍ୟାଣ୍ଡର ବାଲମୋରାଲ କ୍ୟାସେଲରେ ପରଲୋକ ହୋଇଛି । ଏନେଇ ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ଏହି ଦୁଃଖଦ ସୂଚନା ଦିଆଯାଇଛି । ୯୬ ବର୍ଷୀୟ ମହାରାଣୀ ଗତ ବର୍ଷ ଅକ୍ଟୋବରରେ ଅସୁସ୍ଥ ରହି ଆସୁଥିଲେ । ଚାଲିବା ଏବଂ ଠିଆ ହେବାରେ ତାଙ୍କର ସମସ୍ୟା ଦେଖା ଦେଇଥିଲା । ହେଲେ ଆଜି ସେ ହଠାତ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ଏପରିକି ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିଲେ।

ମହାରାଣୀଙ୍କ ବିୟୋଗ ପରେ ରାଜ ପରିବାର ବାଲମୋରାଲରେ ପହଞ୍ଚିଛନ୍ତି। ରାଣୀଙ୍କ ପୁଅ ହ୍ୟାରୀ ପ୍ରିନ୍ସ ଚାର୍ଲ୍ସ, ଅଣନାତି ଉଇଲିୟମ ଏବଂ ହ୍ୟାରୀ ଏବଂ ସେମାନଙ୍କ ପରିବାର ଏଠାରେ ପହଞ୍ଚିଛନ୍ତି। ଜୁନ ମାସରେ ରାଜ ପରିବାର ରାଣୀଙ୍କ ଶାସନର ୭୦ ବର୍ଷ ପୂର୍ତ୍ତିକୁ ବଡ଼ ଆଡମ୍ୱର ସହ ପାଳନ କରିଥିଲେ।

Related Articles

Back to top button