ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୯ ମୃତ

ଇସଲାମାବାଦ: ଦକ୍ଷିଣ ପଶ୍ଚିମ ପାକିସ୍ତାନରେ ରବିବାର ପ୍ରବଳ ବର୍ଷା ସମୟରେ ଏକ ଯାତ୍ରୀ ବସ ପାହାଡରୁ ଖସି ୨୦୦ ଫୁଟ୍‍ ଗଭୀର ଖାଇରେ ଖସି ୧୯ ଜଣଙ୍କ ଜୀବନ ଚାଲି ଯାଇଛି। ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ବଲୁଚିସ୍ତାନ ପ୍ରାନ୍ତର ଶିରାନୀ ଜିଲାର ସହାୟକ ପ୍ରଶାସକଙ୍କ କହିବାନୁଯାୟୀ ବସରେ ପ୍ରାୟ ୩୫ ଯାତ୍ରୀ ଥିଲେ। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସଟି ଓଦା ରାସ୍ତାରୁ ଖସିବାରୁ ଚାଳକ ବସରୁ ନିୟନ୍ତ୍ରଣ ହରାଇବାରୁ ବସଟି ପ୍ରାୟ ୨୦୦ ଫୁଟ୍‍ (୬୧ମିଟର) ଖାଇକୁ ଖସି ପଡିଥିଲା।

 

Related Articles

Back to top button