ଏଜବାଷ୍ଟନରେ ଦ୍ଵିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କଲେ ଋଷଭ ପନ୍ତ, ଭାଙ୍ଗିଲେ ୭୨ ବର୍ଷର ପୁରୁଣା ରେକର୍ଡ

ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଜାରି ଟେଷ୍ଟ ମ୍ୟାଚ୍‌ରେ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ କମାଲ କରିଛନ୍ତି। ପ୍ରଥମ ଇନିଂସରେ ବିସ୍ଫୋରକ ଶତକ ପରେ ପନ୍ତ ଦ୍ଵିତୀୟ ଇନିଂସରେ ବି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କ ଦମଦାର ବ୍ୟାଟିଂରେ ଭାରତର ସ୍ଥିତି ମଜବୁତ ହୋଇଛି। ଉଭୟ ଇନିଂସରେ ଧମାଲ କରିବା ପରେ ଋଷଭ ପନ୍ତଙ୍କ ନାମରେ ଅନେକ ରେକର୍ଡ ଯୋଡି ହୋଇ ଯାଇଛି।

ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ଋଷଭ ପନ୍ତ ଇଂଲଣ୍ଡ  ବୋଲରଙ୍କୁ ପ୍ରହାର କରି ୧୪୬ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଏଥିରେ ୧୯ ଚୌକା ଏବଂ ୪ ଛକା ସାମିଲ୍। ଦ୍ଵିତୀୟ ଇନିଂସ ପନ୍ତ ୮ ଚୌକା ଜରିଆରେ ୫୭ ରନ କରିଛନ୍ତି। ଏଥିସହ ପନ୍ତ ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି। ଯିଏ କୌଣସି ଗୋଟିଏ ଟେଷ୍ଟରେ ଶତକ ଏବଂ ଅର୍ଦ୍ଧଶତକ ହାସଲ କରିବାରେ ଦ୍ଵିତୀୟ ଓ୍ଵିକେଟ୍ କିପର ହୋଇ ପାରିଛନ୍ତି।

ଗୋଟିଏ ଟେଷ୍ଟରେ ଶତକ ଏବଂ ଅର୍ଦ୍ଧଶତକ ଲଗାଇଥିବା ଭାରତୀୟ ଓ୍ଵିକେଟ୍ କିପର

ଫାରୁକ ଇଞ୍ଜିନିୟର ବନାମ ଇଂଲଣ୍ଡ, ବ୍ରାବର୍ଣ୍ଣ ୧୯୭୩, ୧୨୧ ଏବଂ ୬୬

ଋଷଭ ପନ୍ତ ବନାମ ଇଂଲଣ୍ଡ, ଏଜବାଷ୍ଟନ ୨୦୨୨, ୧୪୬ ଏବଂ ୫୭

ଏହା ବାଦ୍ ଋଷଭ ପନ୍ତ ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି। କୌଣସି ବିଦେଶୀ ଓ୍ଵିକେଟ୍ କିପରଙ୍କ ଦ୍ଵାରା ଇଂଲଣ୍ଡରେ ଟେଷ୍ଟ ମ୍ୟାଚରେ ସର୍ବାଧିକ ରନ କରିବା ମାମଲାରେ ପ୍ରଥମ ସ୍ଥାନକୁ ଉଠିଛନ୍ତି। ପନ୍ତ ୭୨ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।

କୌଣସି ବିଦେଶୀ ଓ୍ଵିକେଟ୍ କିପର ଦ୍ଵାରା ଇଂଲଣ୍ଡରେ ସର୍ବାଧିକ ରନ

୨୦୩, ଋଷଭ ପନ୍ତ, ଏଜବାଷ୍ଟନ ୨୦୨୨, ୧୪୬ ଏବଂ ୫୭

୧୮୨, କ୍ଲାଇଡ ଓ୍ଵାଲକଟ୍, ଲର୍ଡ୍ସ ୧୯୫୦, ୧୪ ଏବଂ ୧୬୮

ଯଦି ଭାରତୀୟ ଓ୍ଵିକେଟ୍ କିପରଙ୍କ ତାଲିକା ଦେଖିବା, ତେବେ ପନ୍ତଙ୍କ ପୂର୍ବରୁ ଏହି ରେକର୍ଡ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ଥିଲା। ସେ ଏହି ମଇଦାନରେ ୨୦୧୧ରେ ଖେଳାଯାଇଥିବା ଟେଷ୍ଟରେ ୧୫୧ ରନ(୭୭,୭୪*) କରିଥିଲେ। କୌଣସି ଗୋଟିଏ ଟେଷ୍ଟରେ ଭାରତୀୟ ଓ୍ଵିକେଟ୍ କିପରଙ୍କ ଦ୍ଵାରା ସବୁଠୁ ଅଧିକ ରନ କରିବା ମାମଲାରେ ଋଷଭ ପନ୍ତ ତୃତୀୟରେ ରହିଛନ୍ତି।

୨୩୦ ରନ, ବୁଦ୍ଧି କୁନ୍ଦେରନ (୧୯୨, ୩୮) ବନାମ ଇଂଲଣ୍ଡ, ୧୯୬୪

୨୨୪ ରନ, ଏମଏସ ଧୋନୀ (୨୨୪, ଡିଏନବି) ବନାମ ଅଷ୍ଟ୍ରେଲିଆ ୨୦୧୩

୨୦୩ ରନ, ଋଷଭ ପନ୍ତ(୧୪୬, ୫୭) ବନାମ ଇଂଲଣ୍ଡ, ୨୦୨୨

୧୮୭ ରନ, ଫାରୁକ ଇଞ୍ଜିନିୟର(୧୨୧,୬୬) ବନାମ ଇଂଲଣ୍ଡ ୯୦୭୩

Related Articles

Back to top button