ଆମେରିକାରେ ଲେଖକ ସଲମାନ ରୁଶଦିଙ୍କୁ ଛୁରାମାଡ

ପ୍ରସିଦ୍ଧ ଲେଖକ ସଲମାନ ରୁଶଦିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଶୁକ୍ରବାର ସେ ପଶ୍ଚିମ ନ୍ୟୁୟର୍କରେ ଉଦବୋଧନ ଦେବା ସମୟରେ ତାଙ୍କୁ ଉପରେ ଏହି ଆକ୍ରମଣ ହୋଇଥିଲା। ଆସୋସିଏଟେଡ ପ୍ରେସ ରିପୋର୍ଟ ଅନୁସାରେ ଚୋଟୋକ୍ୱା ସଂସ୍ଥାନରେ ରୁଶଦି ନିଜର ଅଭିଭାଷଣ ରଖିବା ପାଇଁ ମଞ୍ଚକୁ ଯିବା ସମୟରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଉପରେ ଆକ୍ରମଣ କରିଥିଲା।

ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ରୁଶଦିଙ୍କ ମୁଥ ମାରିଥିଲା । ତେବେ ତାଙ୍କୁ ଚାକୁ ମରାଯାଇଥିବା କୁହାଯାଉଛି। ଆକ୍ରମଣ ଏତେ ଜୋରଦାର ଥିଲା ଯେ, ସଲମାନ ଚଟଣାରେ ପଡି ଯାଇଥିଲେ। ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ଲେଖକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଆକ୍ରମଣ କରିଥିବା ବ୍ୟକ୍ତିକୁ କାବୁ କରାଯାଇଛି।

ଭାରତୀୟ ବଂଶୋଦ୍ଭବ ସଲମାନ ରୁଶଦି ନିଜ ଲେଖା ପାଇଁ ସାରା ବିଶ୍ୱରେ ପରିଚିତ। ତାଙ୍କ ଲେଖା ପାଇଁ ୧୯୮୦ ଦଶନ୍ଧିରେ ଇରାନ ତାଙ୍କୁ ଜୀବନରୁ ମାରିବା ପାଇଁ ଦମକ ଦେଇଥିଲା। ରୁଶଦିଙ୍କ ପୁସ୍ତକ The Satanic Versesକୁ ଇରାନ ୧୯୮୮ ମସିହାରେ ବ୍ୟାନ କରିଥିଲା। ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ଗତ 20 ବର୍ଷ ଧରି ଆମେରିକାରେ ରହିଆସୁଛନ୍ତି।

Related Articles

Back to top button