ଶେହବାଜ ଶରିଫ୍ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି

ଶେହବାଜ ଶରିଫ୍ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ନବ ନିର୍ବାଚିତ ସଂସଦରେ ଆବଶ୍ୟକ ବହୁମତ ହାସଲ କରିବା ପରେ ଶେହବାଜ ଶରିଫ୍ ଦ୍ୱିତୀୟ ଥର ପାଇଁ ମେଣ୍ଟ ସରକାରର ନେତୃତ୍ୱ ନେବାକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ। ରବିବାର ଭୋଟିଂ ପରେ ସେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ପାକିସ୍ତାନ ମୁସଲିମ ଲିଗ୍-ନୱାଜ(ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ସର୍ବସମ୍ମତିକ୍ରମେ ପ୍ରାର୍ଥୀ ହୋଇଥିବା ୭୨ ବର୍ଷୀୟ ଶେହବାଜ ୩୩୬ ସଦସ୍ୟ ବିଶିଷ୍ଟ ଗୃହରେ ୨୦୧ ଭୋଟ୍ ପାଇଛନ୍ତି। ଶେହବାଜ ସୋମବାର ରାଷ୍ଟ୍ରପତି ଭବନ ଏୱାନ-ଏ-ସଦ୍ରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶେହବାଜଙ୍କ ପ୍ରତିଦ୍ୱନ୍ଦ୍ୱୀ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ୍-ଏ-ଇନସାଫର ଓମାର ଆୟୁବ ଖାନ ୯୨ ଭୋଟ୍ ପାଇଛନ୍ତି।

Related Articles

Back to top button