ଦେଶ ଛାଡ଼ି ଯାଇପାରିବେନି ପୂର୍ବତନ ପ୍ରଧାନମନ୍ତ୍ରୀ: ପ୍ରତିବନ୍ଧକ ଲଗାଇଲେ କୋର୍ଟ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କୁ ଦେଶ ଛାଡିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ଶ୍ରୀଲଙ୍କା ସୁପ୍ରିମକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଏବଂ ପୂର୍ବତନ ମନ୍ତ୍ରୀ ବେସିଲ ରାଜପାକ୍ସେଙ୍କୁ କୋର୍ଟଙ୍କ ବିନା ଅନୁମତିରେ ଜୁଲାଇ ୨୮ପର୍ଯ୍ୟନ୍ତ ଦେଶ ନ ଛାଡିଯିବାକୁ ବାରଣ କରାଯାଇଛି। ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେ ଦେଶ ଛାଡି ସିଙ୍ଗାପୁର ପଳାଇଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେଙ୍କ ଭାଇ।

Related Articles

Back to top button