ଶ୍ରୀଲଙ୍କାରୁ ବେଦଖଲ ରାଷ୍ଟ୍ରପତିଙ୍କୁ ଶରଣ ମିଳୁନାହିଁ

କଲମ୍ବୋ: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ସମସ୍ୟା କମିବାର ନାଁ ନେଉନାହିଁ । ରିପୋର୍ଟ ଅନୁଯାୟୀ, ରାଜପାକ୍ଷେ ଗୁରୁବାର ଥାଇଲାଣ୍ଡ ପହଞ୍ଚି ପାରନ୍ତି । ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଦେଖାଦେବା ପରେ ଜନତା ଏହାର ବିରୋଧ କରିଥିଲେ । ଲୋକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ରାଜପାକ୍ଷେ ଦେଶଛାଡି ଚାଲି ଯାଇଥିଲେ । ଏହାପରେ ସେବେଠାରୁ ସେ କୌଣସି ଦକ୍ଷିଣ ପୂର୍ବ ଏସିଆ ଦେଶରେ ଶରଣ ନେବାକୁ ସ୍ଥାନ ଖୋଜୁଛନ୍ତି । ୭୦ ଦଶକ ମଧ୍ୟରେ ସବୁଠାରୁ ବଡ ଆର୍ଥିକ ସଙ୍କଟ ମଧ୍ୟରେ ଥିବା ଆମେରିକାରେ ଘୋର ଜନବିରୋଧ ଦେଖିବାକୁ ମିଳିଛି । ଏହାକୁ ଦେଖି ରାଜପାକ୍ଷେ ଦେଶ ଛାଡି ୧୫ ଜୁଲାଇରେ ମାଲଦ୍ୱୀପ ଦେଇ ସିଙ୍ଗାପୁର ଚାଲିଯାଇଥିଲେ ।
ସୂଚନାଯୋଗ୍ୟ, ପ୍ରଦର୍ଶନକାରୀ ରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ କରିବାକୁ ଚାହିଁ ବସିଛନ୍ତି । ରାଜପାକ୍ଷେ ଶ୍ରୀଲଙ୍କାର ପ୍ରଥମ ରାଷ୍ଟ୍ରପତି ହେବେ ଯାହାଙ୍କୁ କାର୍ଯ୍ୟକାଳ ଅଧାରୁ ଆସନ ଛାଡିଛନ୍ତି ।

Related Articles

Back to top button