ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କାର ସମର୍ଥନ

କଲମ୍ବୋ: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତ ଏବଂ ଜାପାନର ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କା ସମର୍ଥନ କରିବ ବୋଲି ଏହାର ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଙ୍ଘେ ମଙ୍ଗଳବାର କହିଛନ୍ତି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ଯୋଗଦେବା ଲାଗି ଟୋକିଓ ଯାଇଥିବା ରାନିଲ ସେଠାର ବହିର୍ବ୍ୟାପାର ମନ୍ତ୍ରୀ ୟୋଶିମାସା ହାୟାଶିଙ୍କୁ ଭେଟି ଶ୍ରୀଲଙ୍କାକୁ ଜାପାନର ସହାୟତା ପାଇଁ ଧନ୍ୟବାଦ ଜଣାଇଥିଲେ। ଏଥିସହ ୟୁଏନ୍‌ଏସ୍‌ସିରେ ଭାରତ ଓ ଜାପାନର ସ୍ଥାୟୀ ସଦସ୍ୟତାକୁ ତାଙ୍କ ସରକାର ସମର୍ଥନ ଜଣାଇବ ବୋଲି କହିଥିଲେ।

Related Articles

Back to top button