ବ୍ରିଟେନ୍‌ରେ କିଙ୍ଗ୍‌ ଚାର୍ଲସ୍‌ଙ୍କ ନୂଆ ମନୋଗ୍ରାମ ଜାରି

ଲଣ୍ଡନ: ବ୍ରିଟେନ୍‌ରେ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶାସନର ଅନ୍ତ ଘଟି ଚାର୍ଲସ୍‌ ତୃତୀୟଙ୍କ ରାଜୁତି ଆରମ୍ଭ ହୋଇଛି। ରାଜା ଚାର୍ଲସ୍‌ଙ୍କ ନୂଆ ମନୋଗ୍ରାମ ଅନାବରଣ କରାଯାଇଛି। ମଙ୍ଗଳବାର ପ୍ରଥମ ଥର ପାଇଁ ରାଜା ଏହି ମନୋଗ୍ରାମକୁ ବ୍ୟବହାର କରିଛନ୍ତି। କଲେଜ୍‌ ଅଫ୍‌ ଆର୍ମସ୍‌ ପକ୍ଷରୁ ଏହାକୁ ତିଆରି କରାଯାଇଛି। କ୍ୟାପିଟାଲ ସି ଓ କ୍ୟାପିଟାଲ ଆର୍‌ ପରସ୍ପରକୁ ସଂଲଗ୍ନ ହୋଇ ରହିଥିବା ବେଳେ ଆର୍‌ ମଧ୍ୟରେ ରୋମାନ୍‌ ସଂଖ୍ୟା ୩ ଲେଖାଯାଇଛି। ଏଣିକି ବ୍ରିଟେନର ସରକାରୀ କାର୍ଯ୍ୟାଳୟ, ଖବରକାଗଜ ଏବଂ ସମସ୍ତ ଷ୍ଟ୍ରିଟ୍‌ ଫର୍ନିଚର୍‌ରେ ଚାର୍ଲସ୍‌ଙ୍କ ମନୋଗ୍ରାମ ଦେଖିବାକୁ ମିଳିବ।

Related Articles

Back to top button