
ତାଲିବାନ ପ୍ରତିବନ୍ଧକ ପରେ ଆଫଗାନ ମହିଳାଙ୍କ ପାଇଁ ତେହେରାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରବୃତ୍ତି ଘୋଷଣା
ତେହେରାନ: ଆଫଗାନରେ ତାଲିବାନ ଶାସକ ମହିଳାଙ୍କ ଉଚ୍ଚଶିକ୍ଷା ନେଇ ପ୍ରତିବନ୍ଧକ ଘୋଷଣା କରିବା ପରେ ଇରାନ ବିଶ୍ୱବିଦ୍ୟାଳୟ ସେମାନଙ୍କ ପାଇଁ ନିଜର ଦ୍ୱାର ଖୋଲିଛି। ଆଫଗାନ ମହିଳାଙ୍କ ପାଇଁ ତେହେରାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରବୃତ୍ତି ଘୋଷଣା କରାଯାଇଛି। ଏହା ଦ୍ୱାରା ସେମାନଙ୍କର ଉଚ୍ଚଶିକ୍ଷା ସହଜ ହୋଇ ପାରିବ।
ତାଲିବାନ ଦେଶରେ କ୍ଷମତା ଦଖଲ କରିବା ପରେ ମହିଳାଙ୍କ ଉପରେ ବିଭିନ୍ନ କଟକଣା ଜାରି କରିବା ଆରମ୍ଭ କରିଛି। ଆମେରିକା ସମେତ ଅନ୍ୟ ଦେଶ ତଥା ଜାତିସଂଘ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି।