ବିଶ୍ୱକୁ ଆଗାମୀ ମହାମାରୀ ଲାଗି ପ୍ରସ୍ତୁତ ରହିବାକୁ ପଡିବ

ୱାଶିଂଟନ୍:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରମୁଖ ଟେଡ୍ରୋସ ଅଦନୋମ୍ ଘେବ୍ରେୟସସ୍ ଏକ ଚେତାବନୀ ଦେଇଛନ୍ତି ଯେ, ବିଶ୍ୱକୁ ଆଗାମୀ ମହାମାରୀ ଲାଗି ସତର୍କ ରହିବାକୁ ପଡିବ ଯାହାକି କୋଭିଡ୍ ୧୯ ମହାମାରୀ ଠାରୁ ଅଧିକ ଘାତକ ହୋଇପାରେ । ଯେଉଁ ସମୟରେ କରୋନା ଭାଇରସ୍ ଆତଙ୍କରୁ ବିଶ୍ୱକୁ କିଛି ମାସରେ ଆଶ୍ୱସ୍ତି ମିଳିଛି ସେହି ସମୟରେ ହୁ ପ୍ରମୁଖଙ୍କ ଏହି ଚେତାବନୀ ସମସ୍ତଙ୍କ ମନରେ ଆତଙ୍କ ସୃଷ୍ଟି କରିଛି ।

୭୬ ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଟେଡ୍ରୋସ କହିଛନ୍ତି, ଆଗାମୀ ଦିନରେ ଆସୁଥିବା ଭାଇରସ୍ରେ ବହୁ ଲୋକ ସଂକ୍ରମଣ ହେବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରଭାବଶାଳୀ ବୈଶ୍ୱିକ ତନ୍ତ୍ରର ଆବଶ୍ୟକତା ରହିଛି ଯାହା ସମସ୍ତ ପ୍ରକାର ଜରୁରୀକାଳୀନ ସ୍ଥିତିକୁ ସାମନା କରିପାରିବ । ସେ ସତର୍କ କରାଇ ଦେଇ କହିଛନ୍ତି ଯେ, ଯେତେବେଳେ ଆଗାମୀ ମହାମାରୀ ଦସ୍ତକ ଦେବା ଆରମ୍ଭ କଲାଣି ସେତେବେଳେ ଆମେ ସମସ୍ତେ ନିର୍ଣ୍ଣାୟକ ରୂପରେ ଏହାକୁ ସାମ୍ନା କରିବାକୁ ଶକ୍ତି ଏକଜୁଟ କରିବା ଉଚିତ । ସେ କହିଛନ୍ତିି ଗତ ୩ ବର୍ଷ ଧରି ଏହି ମହାମାରୀ ପୁରା ବିଶ୍ୱକୁ ପ୍ରଭାବିତ କରି ରଖିଛି । ଏହି ମହାମାରୀରେ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଏଣୁ ଆମକୁ ଆଗକୁ ନୂଆ ମହାମାରୀର ସାମ୍ନା କରିବାକୁ ସତର୍କ ହୋଇ ରହିବାକୁ ପଡିବ ।

Related Articles

Back to top button