ଖବର ପରିବେଷଣ ବେଳେ ମାଛି ଢୋକିଲେ ଆଙ୍କର

ଅଟାୱା: ଯଦି ହଠାତ୍‌ ଆମ ଆଗକୁ କିଛି ଜିନିଷ ଆସିଯାଏ, ତେବେ ଆମେ ତାକୁ ସାମ୍‌ନା କରିବା ସାମାନ୍ୟ କଷ୍ଟ ହୋଇଥାଏ। କନାଡାର ଗ୍ଲୋବାଲ ନ୍ୟୁଜ୍‌ ଚ୍ୟାନେଲର ଆଙ୍କର ଫରାହା ନାସେର୍‌ଙ୍କୁ ନ୍ୟୁଜ୍‌ ପଢ଼ିବା ସମୟରେ ଏପରି ଏକ ଘଟଣାର ସାମ୍ନା କରିବାକୁ ପଡ଼ିଛି। ଗତ ମଙ୍ଗଳବାର ସେ ପାକିସ୍ତାନର ବନ୍ୟା ସମ୍ପର୍କିତ ଖବର ପରିବେଷଣ କରୁଥିଲେ। ସେହି ସମୟରେ ତାଙ୍କ ପାଟିରେ ଏକ ମାଛି ପଶିଯାଇଥିଲା। ଏଭଳି ସମୟରେ ସେ ସାମାନ୍ୟ ହଡ଼ବଡ଼େଇ ଯାଇଥିଲେ। ତାଙ୍କୁ କିଛି ସମୟ ଅଟକିବାକୁ ପଡିଥିଲା। ସବୁଠାରୁ ବଡ଼ କଥା, ସେ ମାଛିକୁ ପାଟିରୁ ନ ବାହାର କରି ଢୋକି ଦେଇଥିଲେ ଏବଂ ଖବର ପରିବେଷଣ ଜାରି ରଖିଥିଲେ। ଏଭଳି ଅପ୍ରୀତିକର ଅନୁଭୂତିକୁ ସେ ତାଙ୍କ ଟୁଇଟର ହ୍ୟାଣ୍ଡଲ୍‌ରେ ଶେୟାର କରିଛନ୍ତି।

Related Articles

Back to top button