ଭାରତ ବିରୋଧୀ ୭୪୭ ୱେବସାଇଟ୍‌, ୯୪ ୟୁଟ୍ୟୁବ ଚ୍ୟାନେଲ ବନ୍ଦ

ନୂଆଦିଲ୍ଲୀ :  କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ  ଅନୁରାଗ ଠାକୁର କହିଛନ୍ତି ଯେ ୨୦୨୧-୨୨ ମସିହାରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ ମନ୍ତ୍ରଣାଳୟ ୯୪ ୟୁଟ୍ୟୁବ ଚ୍ୟାନେଲ, ୧୯ ଟି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୭୪୭ ଟି ୟୁଆରଏଲ୍‍ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ସେଗୁଡିକୁ ବନ୍ଦ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ସୂଚନା ପ୍ରଯୁକ୍ତି ଅଧିନିୟମ ୨୦୦୦ ର ଧାରା ୬୯ଏ ଅନୁଯାୟୀ ନିଆଯାଇଛି ।

ମନ୍ତ୍ରୀ କହିଛନ୍ତି ଯେ ମିଥ୍ୟା ଖବର ପ୍ରଚାର ପ୍ରସାର କରି ଦେଶର ସାର୍ଵଭୌମତ୍ୱ ବିରୋଧରେ କାର୍ଯ୍ୟ କରୁଥିବା ଏଜେନ୍ସିଗୁଡିକ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Related Articles

Back to top button