ପାକିସ୍ତାନକୁ ୪୫୦ ମିଲିଅନ ଡଲାର ଦେବ ଆମେରିକା

ପାକିସ୍ତାନ ଏବଂ ଆମେରିକାରେ ସରକାର ବଦଳିବା ପରେ ପ୍ରତିରକ୍ଷା ନୀତି ମଧ୍ୟ ବଦଳିବାରେ ଲାଗିଛି।  ଆମେରିକାର ବାଇଡେନ ସରକାର F-16 ଯୁଦ୍ଧ ବିମାନ ସମ୍ବନ୍ଧରେ ପାକିସ୍ତାନକୁ ଆର୍ଥିକ  ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଟ୍ରମ୍ପ ସରକାର ଏହା ଉପରେ ରୋକ ଲଗାଇଥିଲେ। ବାଇଡେନ ସରକାର 450 ମିଲିୟନ ଡଲାର ସହାୟତା ପାକିସ୍ତାନକୁ ଯୋଗାଇଦେବାକୁ ଅନୁମୋଦନ କରିଛି।

ଆମେରିକାର ଏହି ପଦକ୍ଷେପକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି।  କୁହାଯାଉଛି ଯେ ଆମେରିକା ବର୍ତ୍ତମାନ ସମୟରେ ପାକିସ୍ତାନକୁ ଭାରତ ସହ ପ୍ରତିରକ୍ଷା କ୍ଷେତ୍ରରେ ସମାନ କରିବାକୁ ସାହାଯ୍ୟ କରୁଛି। ଋଷ ପ୍ରତି ଭାରତର ନରମ ଆଭିମୁଖ୍ୟ ପାଇଁ ଆମେରିକା ଏପରି କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ତେବେ ଭାରତର ଚିନ୍ତା ପ୍ରତି  ଆମେରିକା ଭିନ୍ନ ଉତ୍ତର ଦେଇଛି। ବାଇଡେନ ପ୍ରଶାସନ କହିଛି ଆତଙ୍କବାଦୀ ବିରୋଧୀ କାର୍ଯ୍ୟକଳାପ କୁ ରୋକିବା ପାଇଁ ଆମେରିକା ଏହି ଆର୍ଥିକ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି । ଇମ୍ରାନଙ୍କ ସରକାର ପାକିସ୍ତାନରୁ ହଟିବା ପରେ ଏବେ ପାକିସ୍ତାନର ଶେହବାଜ ସରିଫଙ୍କ ସରକାର ସହ ଆମେରିକାର ସଂପର୍କ ଭଲ ଅବସ୍ଥାକୁ ଆସିଛି । ଏଭଳି ସମୟରେ ଆମେରିକା ପ୍ରଚୁର ପରିମାଣର ଆର୍ଥିକ ସାହାଯ୍ୟ ପାକିସ୍ତାନକୁ ଦେଉଥିବାରୁ ଏହି ଅର୍ଥ ଭାରତରେ ଆତଙ୍କବାଦ ବୃଦ୍ଧି ପାଇଁ ପାକିସ୍ତାନ ବ୍ୟବହାର କରିବାର ଯଥେଷ୍ଟ ସଂଭାବନା ଥିବା ଭାରତ ଆଶଙ୍କା କରୁଛି।

Related Articles

Back to top button