ଅଷ୍ଟ୍ରେଲିଆର ସମସ୍ତ ଅଧିବାସୀଙ୍କର ଡିଏନଏ ଟେଷ୍ଟ ହେବ

ସିଡନୀ: ଅଷ୍ଟ୍ରେଲିଆର ସମସ୍ତ ଅଧିବାସୀଙ୍କ ଡିଏନଏ ଟେଷ୍ଟ କରିବା ପାଇଁ ସ୍ଥାନୀୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା କରିବାରେ ଅଷ୍ଟ୍ରେଲିଆ ପ୍ରଥମ ଦେଶ ହେବାକୁ ଯାଉଛି। ଡିଏନଏ ସାମ୍ପୁଲରୁ ବ୍ୟକ୍ତି କେଉଁ ରୋଗରେ ଆକ୍ରାନ୍ତ ତାହା ଜଣାପଡିବ। ଫଳରେ କର୍କଟ, ଡାଇବେଟିଜ ଓ ଅନ୍ୟ ରୋଗଗୁଡିକୁ ସମୟ ପୂର୍ବରୁ ଚିକତ୍ସା କରାଯାଇ ପାରିବ। ପ୍ରାରମ୍ଭିକ ଗବେଷଣାରେ ୭୫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଅସୁସ୍ଥ ଓ ରୋଗଗ୍ରସ୍ତ ରହୁଛନ୍ତି। ସମସ୍ତଙ୍କୁ ସୁସ୍ଥ ରଖିବା ଆମର ମୂଳ ଉଦ୍ଦେଶ୍ୟ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୧୮ରୁ ୪୦ ବର୍ଷ ବୟସ୍କ ଲୋକଙ୍କ ମଧ୍ୟରେ ଏଥିନେଇ ଉତ୍ସାହ ଦେଖିବାକୁ ମିଳିଛି। ୨୪ ଘଣ୍ଟା ମଧ୍ୟରେ ୧୦,୦୦୦ ବ୍ୟକ୍ତି ଡିଏନଏ ସ୍କ୍ରିନିଂ ପାଇଁ ରିଜିଷ୍ଟ୍ରେଶନ କରିଛନ୍ତି।

୨.୫ କୋଟି ଲୋକଙ୍କ ଡିଏନଏ ସ୍କ୍ରିନିଂ ଡାଟା ସଂଗ୍ରହ ହେବା ପରେ ସରକାର ଏଥିପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ବଜେଟ ପ୍ରସ୍ତୁତ କରିବେ। ଗମ୍ଭୀର ରୋଗ ଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ସୁବିଧାେ ଯୋଗାଇ ଦିଆଯିବ। ଟେଷ୍ଟ ପରେ ଗମ୍ଭୀର ରୋଗ ବିଷୟରେ ଜାଣି ଅନେକ ବ୍ୟକ୍ତି ଚିନ୍ତିତ ହୋଇ ପଡୁଥିବା ଦେଖିବାକୁ ମିଳିଛି। ସେମାନେ ଏହା ପୂର୍ବରୁ କୌଣସି ବଡ ପରୀକ୍ଷା କରାଇ ନ ଥିବାରୁ ରୋଗଗ୍ରସ୍ତ କି ନାହିଁ ଜାଣି ନ ଥିଲେ। ଏହା ପୂର୍ବରୁ କୌଣସି ଦେଶ ଏ ଭଳି ପଦକ୍ଷେପ ଗ୍ରହଣ କରି ନ ଥିଲା।

Related Articles

Back to top button