ପାଇଲଟକୁ ବୁଝାସୁଝା କଲା ପରେ ସୁରକ୍ଷିତ ଅବତରଣ କଲା ଅପହୃତ ବିମାନ, ପାଇଲଟ ଗିରଫ

ମିସିସିପି: ଆମେରିକା ମିସିସିପି ରାଜ୍ୟରେ ପ୍ଲେନକୁ ଦୁର୍ଘଟଣା କରାଇବା ଲାଗି ପାଇଲଟଙ୍କ ଧମକ ପରେ ଉପୁଜିଥିବା ପରିସ୍ଥିତି ଏବେ ଶାନ୍ତ ପଡିଛି। ବିମାନଟି ସୁରକ୍ଷିତ ଅବତରଣ କରିଯାଇଥିବା ଗଭର୍ଣ୍ଣର ଟିଟ୍ ରିଭସ୍‌ ସୂଚିତ କରିଛନ୍ତି। ଗଭର୍ଣ୍ଣର ତାଙ୍କ ସୂଚନାରେ ବିମାନଟି ଏସଲ୍ୟାଣ୍ଡ ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ଏକ ପଡିଆରେ ଅବତରଣ କରିଯାଇଥିବା କହିଛନ୍ତି। ପୋଲିସ ପାଇଲଟଙ୍କୁ ଗିରଫ କରିଥିବା ବେଳେ ପଚରା ଉଚରା ଜାରି ରହିଛି।

ଉଲ୍ଲେଖଯୋଗ୍ୟ ଯେ ପାଇଲଟ ଟୁପେଲୋ ବିମାନ ବନ୍ଦରରୁ ଏକ ୯ ସିଟର ବିମାନକୁ ହାଇଜାକ୍ କରିନେଇଥିଲେ। ଏହାକୁ ସହର ଉପରେ କିଛି ଘଣ୍ଟା ଉଡାଇବା ସହ ମିସିସିପି ଟୁପେଲୋର ଏକ ୱାଲମାର୍ଟ ଷ୍ଟୋରରେ ଧକ୍କା କରିଦେବେ ବୋଲି ପାଇଲଟ ଧମକ ଦେଇଥିଲେ। ଏଥିରେ ପ୍ରଶାସନ  ଲୋକଙ୍କୁ ଆଲର୍ଟ କରିଦେବା ସହ ପୋଲିସ ୱାଲମାର୍ଟକୁ ଖାଲି କରାଇଦେଇଥିଲା।

ତେବେ ପରେ ପାଇଲଟକୁ ଅନେକ ବୁଝାସୁଝା କରି ବିମାନକୁ ଅବତରଣ କରାଇବା ଲାଗି ରାଜି କରାଯାଇଥିଲା। ସେହି ଅନୁସାରେ ପାଇଲଟ ବିମାନକୁ ଏସ୍ ଲ୍ୟାଣ୍ଡ ଦକ୍ଷିଣ-ପଶ୍ଚିମରେ ଥିବା ଏକ ପଡିଆରେ ବିମାନକୁ ଅବତରଣ କରାଇଛି। ତେବେ ବିମାନକୁ ଅବତରଣ କରାଇବା ପୂର୍ବରୁ ପାଇଲଟ ଏହାକୁ ଦୁର୍ଘଟଣାଗ୍ରସ୍ତ କରିଦେବାକୁ ପୋଲିସକୁ ଧମକ ଦେବା କିଛି ସମୟ ଲାଗି ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଥିଲା।

Related Articles

Back to top button