ଲାଇଭ ସୋ ବେଳେ ନ୍ୟୁଜ୍ ଆଙ୍କରଙ୍କୁ ହାର୍ଟଆଟାକ୍

ଆଜିର ପରିବର୍ତ୍ତିତ ଜୀବନଶୈଳୀରେ ଲୋକଙ୍କ ମଧ୍ୟରେ ମାତ୍ରଧିକ ହାର୍ଟଆଟାକ ଓ ଷ୍ଟ୍ରୋକ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏଠାରେ ଆଶ୍ଚର୍ଯ୍ୟଜନକ ହେଉଛି ଆଜିକାଲି ଯୁବପିଢି ମଧ୍ୟ ହାର୍ଟଆଟାକର ଶୀକାର ହେଉଛନ୍ତି।
ଆମେରିକାରେ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଏକ ଆମେରିକୀୟ ଟେଲିଭିଜନ୍ ନ୍ୟୁଜ୍ ଆଙ୍କର୍ ଲାଇଭ୍ ଟେଲିକାଷ୍ଟ କରୁଥିବା ସମୟରେ ଅଚାନକ ଷ୍ଟ୍ରୋକ୍ ହୋଇଥିଲା।

ଜୁଲି ଚିନ୍ ନାମକ ମହିଳା ଆଙ୍କର ଆମେରିକାର ସ୍ପେସ୍ ଏଜେନ୍ସି ନାସା ଦ୍ୱାରା ଆର୍ଟେମିସ୍ ମିଶନରେ ପଠାଯାଇଥିବା ରକେଟ୍ ବିଷୟରେ ସୂଚନା ଦେଉଥିବା ସମୟରେ ଷ୍ଟ୍ରୋକର ଶିକାର ହୋଇଥିଲେ। ଜୁଲି ଖବର ପଢିବା ବେଳେ ଅଚାନକ ଛାତି ବ୍ୟଥା ଅନୁଭବ କଲେ ଯାହାର ଏକ ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

ଜୁଲି ବୁଲେଟିନ ପଢୁଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଲାଇଭ ଟେଲିକାଷ୍ଟରେ ସେ କହିଲେ, ‘ଯେ, ସେ ଏଭଳି ଅଚାନକ ଖବର ପ୍ରସାରଣରେ ବ୍ୟାହତ କାରଣରୁ ଦୁଃଖି ! ଏହାସହ ସେ ସକାଳଠାରୁ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିଥିଲେ। ଏପ୍ରକାର ଅଚାନକ ସମସ୍ୟା କାରଣରୁ ସମସ୍ତ ଦର୍ଶକଙ୍କୁ ଲାଇଭ ଟେଲିକାଷ୍ଟରେ କ୍ଷମା ପ୍ରାର୍ଥନା କରିଥିଲେ।

Related Articles

Back to top button