ନିପାତ ହେଲା ଆତଙ୍କବାଦୀ ମୁଖ୍ୟ ଆୟମାନ ଅଲ-ଜୱାହିରୀ

ୱାଶିଂଟନ: ନିପାତ ହେଲା ଆତଙ୍କବାଦୀ ମୁଖ୍ୟ ଆୟମାନ ଅଲ-ଜୱାହିରୀ । ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇଏ) ଆଫଗାନିସ୍ତାନରେ ଡ୍ରୋନ୍‌ ଆକ୍ରମଣରେ ଅଲ-ଜୱାହିରୀକୁ  ନିପାତ କରିଥିବା ଜଣାପଡ଼ିଛି । ଏନେଇ ଆମେରିକାର ଅଧିକାରୀ ମାନେ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗଣମାଧ୍ୟମର କହିବା ଅନୁଯାୟୀ ୨୦୧୧ରେ ଏହାର ପ୍ରତିଷ୍ଠାତା  ଓସାମା ବିନ୍‌ ଲାଡେନକୁ ନିହତ କରାଯିବା ପରେ ଆତଙ୍କବାଦୀ ସମୁହକୁ ବଡ଼ ଝଟକା ଲାଗିଛି । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଅଲ କାଏଦାର ନେତା ଆୟମାନ ଅଲ-ଜାୱାହିରିଙ୍କୁ ହତ୍ୟା କରାଯାଇଛି । କାବୁଲରେ ଡ୍ରୋନ୍ ଷ୍ଟ୍ରାଇକ୍ ମାଧ୍ୟମରେ ଆମେରିକା ଏହି ବିପଜ୍ଜନକ ମିଶନକୁ କାର୍ଯ୍ୟକାରୀ କରିଥିଲା । ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ନିଜେ ଅଲ-ଜାୱାହିରୀଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି । ଏହି ମିଶନ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଆମେରିକା ଅଲ-ଜାୱାହିରୀଙ୍କୁ କୌଣସି ବିସ୍ଫୋରଣ କିମ୍ବା କାହାରି କ୍ଷତି ନକରି ହତ୍ୟା କରିଛି ।

Related Articles

Back to top button