ଆର୍ମେନିଆ ଏବଂ ଆଜରବେଇଜାନ୍‌ ମଧ୍ୟରେ ଭୀଷଣ ଯୁଦ୍ଧ

କିଛିଦିନ ଶାନ୍ତ ପଡ଼ିବା ପରେ ପୁଣି ଆରମ୍ଭ ହୋଇଛି ଆର୍ମେନିଆ ଏବଂ ଆଜରବେଇଜାନ୍‌ ମଧ୍ୟରେ ଯୁଦ୍ଧ । ପୂର୍ବରୁ ଲାଗି ରହିଥିବା ବିବାଦକୁ ନେଇ ଦୁଇ ଦେଶ ଅସ୍ତ୍ରବିରତି ଉଲଂଘନ କରିଛନ୍ତି । ଏଥି ସହିତ ଦୁଇ ଦେଶର ସେନାଙ୍କ ମଧ୍ୟରେ ତିକ୍ତତା ବଢ଼ିଯାଇଛି । ଋଷିଆନ୍‌ ନ୍ୟୁଜ୍‌ ଏଜେନ୍ସି ମୁତାବକ ନଗରାନୋ କାରାବାଖ୍‌କୁ ନେଇ ଲାଗି ରହିଥିବା ବିବାଦର ନିଆଁ ମଙ୍ଗଳବାର ପୁଣିଥରେ କୁହୁଳିଛି । ଏହି ବିବାଦ ଦଶନ୍ଧି ରହି ଦୁଇ ଦେଶ ମଧ୍ୟରେ ରହିଛି ।

ଆଜରବାଇଜେନ୍‌ର ଆକ୍ରମଣରେ ଆର୍ମେନିଆର ବଡ଼ି କ୍ଷତି ହୋଇଛି । ଏହି ଆକ୍ରମଣରେ ୪୯ ଜଣ ସରକାରୀ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଆର୍ମେନିଆର ପ୍ରଧାନମନ୍ତ୍ରୀ ପାଶିଆନ୍‌ ଏନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଆର୍ମେନିଆର ଆକ୍ରମଣରେ ଆଜରବାଇଜାନ୍‌ରେ କେତେ ପରିମାଣର କ୍ଷତି ହୋଇଛି ସେ ନେଇ ଜଣାପଡ଼ିନାହିଁ ।

ସ୍ଥାନୀୟ ସମୟ ଅନୁସାରେ ମଙ୍ଗଳବାର ରାତି ୧୨ଟା ୫ମିନିଟ୍‌ରେ ବେଳେ ଆଜରବାଇଜାନ୍‌ ଆର୍ମେନିଆ ସେନାଙ୍କ ଉପରକୁ କ୍ଷେପଣାସ୍ତ୍ର ନିକ୍ଷେପ କରିବା ସହିତ ଗୁଳିଗୁଳା ବର୍ଷା କରିଥିଲା । ସେହି ସମୟରେ ଆର୍ମେନିଆର ସେନା ଗୋରିସ୍‌, ସୋଟକ ଏବଂ ଜର୍‌ମୁକ୍‌ ଅଞ୍ଚଳରେ ଥିବା ଆର୍ମେନିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ତଥ୍ୟ ଜାରି କରି କିହିଛି । ଆଜରବାଇଜାନ୍‌ ଉପରେ ଅର୍ମେନିଆ ସେନା ଲଗାତାର ଟ୍ରେଞ୍ଚ୍‌, ମୋର୍ଟାର୍, ଗୁଳି ଆଦି ବର୍ଷଣ ଜାରି ରଖିଥିବା ଜଣାପଡ଼ିଛି । ଅନ୍ୟପଟେ ଶତ୍ରୁପକ୍ଷ ମଧ୍ୟ ଏହାର ଜବାବ ଦେଉଥିବା ଜଣାପଡ଼ିଛି ।

Related Articles

Back to top button