ଏସସିଓରୁ ଫେରିବା ପରେ ପ୍ରଥମ ଥର ନଜର ଆସିଲେ ଚୀନ ରାଷ୍ଟ୍ରପତି, ଗୃହବନ୍ଦୀ ଖବର ଥିଲା ଗୁଜବ

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏସସିଓ ସମ୍ମିଳନୀରୁ ଫେରିବା ପରେ ମଙ୍ଗଳବାର ପ୍ରଥମ ଥର ପାଇଁ ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି । ଚୀନର ସରକାରୀ ଟିଭି ଅନୁସାରେ ସେପ୍ଟେମ୍ୱର ମଧ୍ୟରେ ଉଜବେକିସ୍ତାନରୁ ଫେରିବା ପରେ ଜିନପିଙ୍ଗ ପ୍ରଥମ ଥର ନଜର ଆସିଛନ୍ତି । ଆସନ୍ତା ମାସରେ କମ୍ୟୁନିଷ୍ଟ ପାର୍ଟିର ବୈଠକ ହେବ, ଯେଉଁଠି ସି ଜିନପିଙ୍ଗଙ୍କୁ ଲଗାତାର ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚିତ କରାଯିବ । ଏହାସହ ସେ ପିଏଲଏର ଅଧ୍ୟକ୍ଷ ପଦରେ ମଧ୍ୟ ରହିବେ । ରିପୋର୍ଟ ଅନୁସାରେ, ସି ଜିନପିଙ୍ଗଙ୍କୁ ମାଓ ଜେଡୋଙ୍ଗଙ୍କ ପରେ ସବୁଠୁ ବଡ଼ ନେତାର ମାନ୍ୟତା ଦିଆଯିବା । ଏଥିରୁ ସ୍ପଷ୍ଟ ହୋଇଛି ଯେ, ସି ଜିନପିଙ୍ଗ ଚୀନର ସବୁଠୁ ଶକ୍ତିଶାଳୀ ନେତା ହୋଇଛନ୍ତି ଏବଂ ଦୀର୍ଘ ବର୍ଷ ଯାଏଁ ତାଙ୍କର ଶାସନ ଜାରି ରହିବ।

ଉଲ୍ଲେଖଯୋଗ୍ୟ ଯେ, ଏସସିଓ ବୈଠକରୁ ଫେରିବା ପରେ ସି ଜିନପିଙ୍ଗଙ୍କୁ ପିଏଲଏ ଗୃହବନ୍ଦୀ କରି ରଖିବା ନେଇ ଗୁଜବ ପ୍ରଚାର ହୋଇଥିଲା । କିନ୍ତୁ ବିଦେଶ ଗସ୍ତରୁ ଫେରିବା ପରେ ଜିନପିଙ୍ଗ ହୋମ କ୍ୱାରେନଣ୍ଟାଇନ ରହିଥିବା ଜଣାପଡିଥିଲା । କିନ୍ତୁ ତାଙ୍କୁ ଗୃହ ବନ୍ଦୀ କରି ରଖାଯାଇଥିବା ନେଇ ସୋସିଆଲ ମିଡିଆରେ ଖବର ପ୍ରଚାର ହୋଇଥିଲା । ତେବେ ସମସ୍ତଙ୍କ ଦାବି ଏବେ ଭୁଲ ପ୍ରମାଣିତ ହୋଇଛି ।

Related Articles

Back to top button