VSHORADSର ସଫଳ ପରୀକ୍ଷଣ କଲା ଡିଆରଡିଓ, ଶତ୍ରୁର ଆକ୍ରମଣକୁ କରିବ ବିଫଳ

ଚାନ୍ଦିପୁର: ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ମଙ୍ଗଳବାର ଓଡିଶାର ଚାନ୍ଦିପୁରଠାରୁ ଭେରି ସର୍ଟ ରେଞ୍ଜ ଏୟାର ଡିଫେନ୍ସ ସିଷ୍ଟମ (VSHORADS) ମିଶାଇଲର ଦୁଇ ସଫଳ ପରୀକ୍ଷଣ କରିଛି। VSHORADS ଏକ ମ୍ୟାନ ପୋର୍ଟେବଲ ଏୟାର ଡିଫେନ୍ସ ସିଷ୍ଟମ (MANPAD)। ଏହାକୁ ଡିଆରଡିଓର ରିସର୍ଚ୍ଚ ସେଣ୍ଟର ଇମରତ ଏବଂ ଭାରତୀୟ ଉଦ୍ୟୋଗ ଭାଗିଦାରୀର ସହଯୋଗରେ ସ୍ୱଦେଶୀ ରୂପରେ ଡିଜାଇନ ଏବଂ ବିକଶିତ କରାଯାଇଛି।

VSHORADSରେ ଅନେକ ନୂତନ କୌଶଳ ସାମିଲ କରାଯାଇଛି। ଏଥିରେ ଲଘୁ ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ ଏବଂ ଏକୀକୃତ ଏଭିୟୋନିସ୍କ ସାମିଲ ରହିଛି। କମ ଦୂରତା ଏବଂ କମ ଉଚ୍ଚତାରୁ ଥିବା ଆକାଶମାର୍ଗ ବିପଦକୁ ଏହା ବିଫଳ କରିବ। ସହଜ ଉଡାଣ ସୁନିଶ୍ଚିତ କରିବା ପାଇଁ ଲଞ୍ଚର ସହ ମିଶାଇଲର ଡିଜାଇନକୁ ଅନୁକୂଳ କରାଯାଇଛି। ଉଭୟ ଉଡାଣ ପରୀକ୍ଷଣ ନିଜର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି।

Related Articles

Back to top button