ଭାଲେଣ୍ଟାଇନ୍ସ ଡ଼େ’ରେ ପ୍ରେମିକାଙ୍କୁ ଭେଟିବାକୁ ୧୪ ଶହ କିଲୋମିଟର ପଦଯାତ୍ରାରେ ବାହାରିଲେ ପ୍ରେମିକ
ଥାଇଲ୍ୟାଣ୍ଡର ଏମିତି ଜଣେ ଯୁବକ ଯିଏ ଏହି ଦିନ ନିଜ ପ୍ରେମିକାଙ୍କ ଆଗରେ ନିଜର ପ୍ରେମ ବ୍ୟକ୍ତ କରିବା ପାଇଁ ୧୪ ଶହ କିଲୋମିଟର ପଦଯାତ୍ରାରେ ବାହାରିଛନ୍ତି ।
ଥାଇଲ୍ୟାଣ୍ଡରେ ରୁହନ୍ତି ନାଖୋନ୍ ନାୟୋକ । ଟିକ୍ଟକ୍ରୁ ଜଣେ ଯୁବତୀଙ୍କ ସହ ତାଙ୍କର ପରିଚୟ । ଦିନକୁ ଦିନ ସେମାନଙ୍କ ସମ୍ପର୍କ ନିବିଡ଼ ହେଲା । ଉଭୟେ ଉଭୟଙ୍କୁ ଭଲ ପାଇ ବସିଲେ । ବର୍ତ୍ତମାନ ପର୍ଯ୍ୟନ୍ତ କେହି କାହାକୁ ଦେଖିନାହାନ୍ତି । କେବଳ ଫୋନ କିମ୍ବା ଭିଡ଼ିଓ କଲରେ କଥାବାର୍ତ୍ତା । ଉଭୟେ ଭାଲେଣ୍ଟାଇନ୍ସ ଡ଼େରେ ଦେଖା କରିବାକୁ ନିଷ୍ପତ୍ତି ନେଲେ । ଯଦି ପ୍ରକୃତରେ ଭଲ ପାଉଥିବ ତାହାହେଲେ ଚାଲି ଚାଲି ମୋ ପାଖରେ ଆସି ଭାଲେଣ୍ଟାଇନ୍ସ ଡ଼େରେ ପହଞ୍ôଚ ପାରିବ ବୋଲି ପ୍ରେମିକା ଜଣକ ମଜାରେ କହିଦେଲେ । ଏଥିରେ ନାଖୋନ୍ ହଁ ମାରିଲେ । ସେଥିଲାଗି ଜାନୁୟାରୀ ୧୪ ତାରିଖରୁ ବାହାରି ପଡ଼ିଛନ୍ତି ନିଜ ପ୍ରେମିକାଙ୍କୁ ଦେଖା କରିବାକୁ । ତାହା ପୁଣି ଶହେ କି ଦୁଇ ଶହ କିଲୋମିଟର ନୁହେଁ ପ୍ରାୟ ୧୪ ଶହ କିଲୋମିଟର । ନାଖୋନ୍ଙ୍କ ଗୋଟିଏ ଲକ୍ଷ୍ୟ ସେ କେମିତି ଫେବୃୟାରୀ ୧୪ ତାରିଖରେ ନିଜ ପ୍ରେମିକାଙ୍କ ପାଖରେ ପହଞ୍ଚିବେ ଓ ଭାଲେଣ୍ଟାଇନ୍ସ ଡ଼େ ପାଳନ କରିବେ ।