ବରିଷ୍ଠ ବିଜେପି ନେତା କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ

କୋଲକାତା: ବରିଷ୍ଠ ବିଜେପି ନେତା କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ ହୋଇଛି । ଆଜି ଭୋର୍‌ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଉତ୍ତର ପ୍ରଦେଶର ପ୍ରୟାଗରାଜରେ କେଶରୀ ନାଥ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ହୋଇଥିଲା । ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କର ଶ୍ୱାସକ୍ରିୟାରେ ସମସ୍ୟା ରହିଥିବା ବେଳେ ହାତ ଭାଙ୍ଗିଯିବାରୁ ସେ ଡିସେମ୍ବର ମାସରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ତାହା ସହ ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କ ଶରୀରରେ ଅନେକ ସମସ୍ୟ ଦେଖା ଦେଇଥିଲା । ପ୍ରାୟ ଏକ ସପ୍ତାହ ଧରି ଡାକ୍ତରଖାନରେ ତାଙ୍କର ଚିକିତ୍ସା କରାଯିବା ପରେ ଘରକୁ ଅଣାଯାଇଥିଲା । ହେଲେ ଆଜି ସକାଳ ୫ଟା ସମୟରେ ତାଙ୍କର ପରଲୋକ ହୋଇଛି । ବରିଷ୍ଠ ବିଜେପି ନେତା କେଶରୀ ନାଥ ତାଙ୍କ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଭାର ସମ୍ଭାଳିଛନ୍ତି । ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇବା ସହ ୟୁପିରୁ ୬ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ କେଶରୀ ନାଥ ତ୍ରିପାଠୀ । ୟୁପିରେ ତାଙ୍କୁ ଅନେକ ଜନ ସମର୍ଥନ ମିଳିଛି । ପ୍ରଥମେ ବିହାର, ମେଘାଳୟ ଏବଂ  ମିଜୋରାମରେ ଅତିରିକ୍ତ ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି କେଶରୀ ନାଥ ତ୍ରିପାଠୀ । ପରେ ପରେ ଉତ୍ତରପ୍ରଦେଶରେ ବିଜେପିର ସଭାପତି ମଙ୍ଗ ମଧ୍ୟ ଧରିଛନ୍ତି । ସଭାପତି ଦାୟିତ୍ୱ ତୁଲାଇବା ପରେ ୟୁପିରୁ ୬ଥର ବିଧାୟକ ହୋଇଛନ୍ତି କେଶରୀ ନାଥ ତ୍ରିପାଠୀ । ରାଜ୍ୟର ସଂସ୍ଥାଗତ ଆର୍ଥିକ ଓ ବିକ୍ରି କର ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିଲେ କେଶରୀ ନାଥ ତ୍ରିପାଠୀ ।

Related Articles

Back to top button