ସୁନ୍ଦରଗଡ଼ ୧୦ ନମ୍ବର ରାଜ୍ୟ ରାଜପଥରେ ଦୁର୍ଘଟଣା: ଟ୍ରକ୍‌ ପଛରେ ପିଟିହେଲା ଯାତ୍ରୀବାହୀ ବସ୍‌, ଚାଳକ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ୧୦ ନମ୍ବର ରାଜ୍ୟ ରାଜପଥର ଜରଙ୍ଗଲୋଇ ବସ୍‌ଷ୍ଟାଣ୍ଡ ନିକଟ ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ସୋମବାର ସକାଳୁ ଏକ ସରକାରୀ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ବସ୍‌ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ତେବେ ଜରଙ୍ଗଲୋଇ ବସ୍‌ଷ୍ଟାଣ୍ଡ ନିକଟ ରାସ୍ତାରେ ରବିବାର ଏହି ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାପାର୍ଶ୍ୱରେ ଅଟକି ରହିଥିଲା। ଆଜି ଭୋର୍‌ରୁ ଜୟପୁରରୁ ରାଉରକେଲା ଅଭିମୁଖେ ଓଡ଼ିଶା ରାଜ୍ୟ ପରିବହନ ନିଗମର ଏକ ଯାତ୍ରୀବାହୀ ବସ୍‌ ଯାଉଥିଲା। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା। ଟ୍ରକ୍‌ରେ କେହି ନ ଥିବା ବେଳେ ବସ୍‌ ଡ୍ରାଇଭର ଗୁରୁତର ହୋଇଛନ୍ତି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କୁ ପ୍ରଥମେ ବଡ଼ଗାଁ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

Related Articles

Back to top button