ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ଗୋଟିଏ ଦିନରେ ୩ଥର ଭାଙ୍ଗିଲା ବିଶ୍ୱରେକର୍ଡ
ୟୁଜିନ: ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ସୋମବାର ୩ଟି ବିଶ୍ୱରେକର୍ଡ ଭଙ୍ଗ ହୋଇଛି । ୧୦୦ ମିଟର ହର୍ଡଲ୍ସ ଇଭେଂଟରେ ନାଇଜେରିଆ ଆଥଲେଟ ଟୋବି ଅମୁସାନୀ ଗୋଟିଏ ଦିନରେ ୨ ଥର ବିଶ୍ୱ ରେକର୍ଡ ଭଙ୍ଗ କରିଥିଲେ । ପ୍ରଥମେ ସେ ସେମିଫାଇନାଲରେ ୧୨.୧୨ ସେକେଣ୍ଡ ସମୟ ନେଇ ନୂତନ ବିଶ୍ୱ ରେକର୍ଡ ସ୍ଥାପନ କରି ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ଆହୁରି ଭଲ ପ୍ରଦର୍ଶନ କରି ସେ ପୁନର୍ବାର ନିଜ ରେକର୍ଡ ଭଙ୍ଗ କରିଥିଲେ । ୧୨.୦୬ ଟାଇମିଂରେ ଟୋବି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ବ୍ରିଟନୀ ଆଣ୍ଡରସନ (୧୨.୨୩) ରୌପ୍ୟ ଓ ପୁର୍ତୋରିକୋର ଜସମିନ କେମାକୋ କ୍ୱିନ (୧୨.୨୩) ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି ପୋଲ ଭୋଲ୍ଟ ଇଭେଂଟରେ ସ୍ୱୀଡେନର ମୋଣ୍ଡା ଡୁପ୍ଲାଟିଂସ ୬.୨୧ ମିଟର ଉଚ୍ଚକୁ ଡେଇଁ ନୂତନ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ପୂର୍ବରୁ ଥିବା ନିଜ ରେକର୍ଡରେ ସୁଧାର ଆଣିଥିଲେ । ଆମେରିକାର କ୍ରିଷ୍ଟଫୋର ନିଲସନ (୫.୯୪) ଓ ଇରାନର ଜନ ଅବିନା (୫.୯୪) ବ୍ରୋଞ୍ଜ ପଦକ ହାସଲ କରିଥିଲେ ।