ଫ୍ରାନ୍ସରେ ଅଣାୟତ ହେଲାଣି ମଙ୍କିପକ୍ସ, ୧୭୦୦ କେସ୍ ଚିହ୍ନଟ

ମଙ୍କିପକ୍ସ ପାଇଁ ୧୦୦ଟି ଭ୍ୟାକ୍ସିନେସନ ସେଣ୍ଟର ଖୋଲାଯାଇଛି। ଏହା ଜରିଆରେ ବର୍ତ୍ତମାନ ସୁଦ୍ଧା ୬ ହଜାର ଲୋକଙ୍କୁ ଟିକା ଦିଆଯାଇଛି

ୟୁରୋପୀୟ ଦେଶ ଫ୍ରାନ୍ସରେ ମଙ୍କିପକ୍ସ ବଡ ଭୟଙ୍କର ରୂପ ନେଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୧୭୦୦ ମାମଲା ଚିହ୍ନଟ ହୋଇଛି ।

ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ଫ୍ରାସିସ ବ୍ରାଉନ ଏହି ଖବର ଉପରେ ମୋହର ମାରିଛନ୍ତି । ବ୍ରାଉନ କହିଛନ୍ତି, ଦେଶରେ ମଙ୍କିପକ୍ସ ପାଇଁ ୧୦୦ଟି ଭ୍ୟାକ୍ସିନେସନ ସେଣ୍ଟର ଖୋଲାଯାଇଛି। ଏହା ଜରିଆରେ ବର୍ତ୍ତମାନ ସୁଦ୍ଧା ୬ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଏହାସହ ମଙ୍କିପକ୍ସ ଲକ୍ଷଣ ଦେଖାଦେଲେ ତୁରନ୍ତ ନିଜକୁ ଆଇସୋଲେଟ୍ କରିବା ପାଇଁ ସେ ଅପିଲ୍ କରିଛନ୍ତି । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଗେ’ ଅଛନ୍ତି ।

ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ମଙ୍କିପକ୍ସ ମାମଲାରେ ଲଗାତାର ବୃଦ୍ଧି ଘଟୁଛି, କିନ୍ତୁ ଏଥିରେ ଭୟଭିତ ହେବାର ଆବଶ୍ୟକତା ନାହିଁ। ସରକାର ଅଧିକରୁ ଅଧିକ ଭ୍ୟାକ୍ସିନେସନ ପାଇଁ ଜୋର ଦେଉଛନ୍ତି ବୋଲି ସେ କହିଛନ୍ତି।

ଫ୍ରାନ୍ସରେ ମଙ୍କିପକ୍ସର ରୋଗୀଙ୍କ ସବୁଠୁ ଅଧିକ ସଂଖ୍ୟା ପ୍ୟାରିସ ଏବଂ ଏହାର ଆଖପାଖ ଅଞ୍ଚଳରେ ଚିହ୍ନଟ ହେଉଛି। ଦୁନିଆର ୭୫ଟି ଦେଶରେ ମଙ୍କିପକ୍ସର ୧୬ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ଆଫ୍ରିକାରେ ଏହି ଭାଇରସ ଯୋଗୁଁ ୫ ଜଣଙ୍କ ମୃତ୍ୟୁ ହୋଇସାରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ଥିତିକୁ ଗୁରୁତର ସହ ନେଇ ଏହାକୁ ଗ୍ଲୋବାଲ ହେଲ୍ଥ ଏମର୍ଜେନ୍ସି ଘୋଷଣା କରିସାରିଛି।

Related Articles

Back to top button