ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବିଭାଗୀୟ ହାଜତରେ ରହିବେ ସଞ୍ଜୟ ରାଉତ
ମୁମ୍ବାଇ: ପାତ୍ରା ଚୌଲ ସହ ଜଡ଼ିତ ‘ମନି ଲଣ୍ଡରିଙ୍ଗ’ ମାମଲାର ବିଚାର କରି ସ୍ବତନ୍ତ୍ର ଅଦାଲତର ବିଚାରପତି ଏମ୍. ଜି. ଦେଶପାଣ୍ଡେ ସୋମବାର ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ରହଣି ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ସୂଚନା ଯୋଗ୍ୟ, ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଗଷ୍ଟ ପ୍ରଥମ ସପ୍ତାହରେ ଏମ୍ପି ରାଉତଙ୍କୁ ଗିରଫ କରିଥିଲା। ସଞ୍ଜୟ ପ୍ରଥମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାଜତରେ ରହିବା ପରେ ଅଗଷ୍ଟ ୮ ତାରିଖରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସୋମାବାର ଏହି ମାମଲାର ଶୁଣାଣି କରି କୋର୍ଟ ତାଙ୍କୁ ପୁଣି ଥରେ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ସଞ୍ଜୟ ରାଉତ ବର୍ତ୍ତମାନ ଅଥର୍ର୍ ରୋଡ ଜେଲ୍ରେ ଅଛନ୍ତି। ସେଠାରେ ତାଙ୍କୁ ଘରର ରନ୍ଧା ଖାଦ୍ୟ ଖାଇବାକୁ ଅନୁମତି ମିଳିଛି। ଏପରିକି ଇଡି ସଞ୍ଜୟଙ୍କୁ ଗିରଫ କରିବା ପରେ ଉକ୍ତ ମାମଲାରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଇଡ଼ି ପଚରାଉଚରା କରିଥିଲା।