ବ୍ରହ୍ମପୁର ଏମକେସିଜିରେ ଅଗ୍ନିକାଣ୍ଡ
ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ୱାର୍ଡ଼ ଟି ସୁପର୍ ସ୍ପେସିଆଲିଟି କୋଠାରେ ରହିଛି।
ୱାର୍ଡ଼ ରୁ ଧୂଆଁ ବାହାରୁଥିବା ନେଇ କେତେକ ରୋଗୀ ଓ ସମ୍ପର୍କୀୟ ଦେଖିଥିଲେ। ଭୟରେ ସେମାନେ ବାହାରକୁ ଆସିଯାଇ ଥିଲେ। ଅଧିକ୍ଷକ ଡଃ ସନ୍ତୋଷ କୁମାର ମିଶ୍ର ଏନେଇ ବ୍ରହ୍ମପୁର ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ।
ତୁରନ୍ତ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।