ଆଫଗାନିସ୍ତାନ ମସଜିଦରେ ଆତ୍ମଘାତି ବିସ୍ଫୋରଣ, ୨୦ ମୃତ ୨୦୦ରୁ ଅଧିକ ଆହତ

କାବୁଲ: ଆଫଗାନିସ୍ତାନର ହେରାତ ସହରରେ ଶୁକ୍ରବାର ଜୁମେ ନମାଜ ସମୟରେ ଏକ ମସଜିଦ ବାହାରେ ଖୁବଜୋର ବିସ୍ଫୋରଣ ହୋଇଛି । ରିପୋର୍ଟରେ କୁହାଯାଇଛି କି ମସଜିଦର ଇମାମଙ୍କର ବିସ୍ଫୋରଣରେ ମୃତ୍ୟୁ ହୋଇଛି । ଏହାସହ ସାଧାରଣ ଜନତାଙ୍କ ମୃତ୍ୟୁ ବି ହୋଇଛି । ମୃତକଙ୍କ ସଂଖ୍ୟା ଅଫିସିୟାଲି ଘୋଷଣା କରାଯାଇନାହିଁ ।
ପୋଲିସର ସୂଚନା ଅନୁଯାୟୀ, ପଶ୍ଚିମ ଆଫଗାନିସ୍ତାନ ସହର ହେରାତ ମସଜିଦ ବାହାରେ ହୋଇଥିବା ବିସ୍ଫୋରଣରେ ତାଲିବାନ ସମର୍ଥିତ ହାଇ ପ୍ରୋଫାଇଲ ଇମାମ ଓ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଛି । ତାଲିବାନି ଅଧିକାରୀମାନେ ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ମସଜିଦର ମୌଲବି ମୁଜହି ଅଲ ରହମାନ ଅଂସାରିଙ୍କର ବିସ୍ଫୋରଣରେ ମୃତ୍ୟୁ ହୋଇଛି । ତାଲିବାନର ପ୍ରବକ୍ତା ଅଫିସିୟାଲି ସୂଚନା ଦେଇଛନ୍ତି ହେରାତରେ ଦୁଇଟି ବିସ୍ଫୋରଣ ହୋଇଛି । ସ୍ଥାନୀୟ ସୂତ୍ରର ସୂଚନା ଅନୁଯାୟୀ, ବିସ୍ଫୋରଣରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

Related Articles

Back to top button