ଗୁହାଳ ଲାଗି ୭ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବେଗୁନିଆପଡ଼ା: ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକର କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକ ଶୁକ୍ରବାର ଲାଞ୍ଚନେଇ ଧରାପଡ଼ିଛନ୍ତି। ସେ ‘ମୋ ଗୁହାଳ ସ୍କିମ’ରେ ଗୁହାଳ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ଲାଗି ବୁରୁଝୁରୀ ପଞ୍ଚାୟତର ଜଣେ ହିତାଧିକାରୀଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଉକ୍ତ ହିତାଧିକାରୀ ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସକୁ ଏ ନେଇ ଜଣାଇଥିଲେ। ପରେ ଯୋଜନା ମୁତାବକ ଉକ୍ତ ହିତାଧିକାରୀ ଜଣଙ୍କ ଜେଇ ମଲ୍ଲିକଙ୍କୁ ବ୍ଲକ କାର୍ଯ୍ୟାଳୟରେ ୭ ହଜାର ଟଙ୍କା ଦେଇଥିଲା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ। ଲାଞ୍ଚ ଟଙ୍କା ଜବତ କରିବା ସହ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଚାଲିଛି।

Related Articles

Back to top button