ବାଉନସର ରଖିବାପାଇଁ ଦରକାର କମିଶନରେଟ ପୋଲିସର ଅନୁମତି
ଭୁବନେଶ୍ୱର : ବାଉନସର ରଖିବାପାଇଁ ଦରକାର ଅନୁମତି । କମିଶନରେଟ ପୋଲିସ ବିନା ଅନୁମତିରେ ବାର ମାଲିକ ମାନେ ବାଉନସର ରଖିପାରିବେନାହିଁ । ୨ ମାସ ପର୍ଯ୍ୟନ୍ତ ବାର ମାନଙ୍କରେ ଏହି ନିୟମ ଲାଗୁ ରହିବ । ସେପ୍ଟେମ୍ବର ୭ ରୁ ନଭେମ୍ୱର ୫ ପର୍ଯ୍ୟନ୍ତ ନିୟମ ଲାଗୁ କରାଯିବ।
ସୁରକ୍ଷା ଦୃଷ୍ଟିରୁ PSARA ଆକ୍ଚ ଅନୁସାରେ ବାର ମାଲିକ ମାନେ ସିକ୍ୟୁରିଟି ରଖିପାରିବେ। ମାତ୍ର ବାଉନସର ରଖିବାପାଇଁ ବାର ମାଲିକ ମାନେ ନିକଟସ୍ଥ ଥାନାରେ ଲିଖିତ ଭାବେ ଜଣାଇବାକୁ ପଡିବ । ଯଦି କୌଣସି ବାର ନିୟମ ଭାଙ୍ଗିବେ ତାଙ୍କ ବିରୁଦ୍ଧରେ ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ କମିଶନରେଟ ପୋଲିସ ନୋଟିସ ଜାରିକରିଛି ।
ଅନେକ ସମୟରେ ବାଉନସର ଓ ଗ୍ରାହାକଙ୍କ ମଧ୍ୟରେ ହାତା ହାତି , ପାଟିତୁଣ୍ଡ ଓ ଗଣ୍ଡଗୋଳ ହେବାର ଅଭିଯୋଗ ଆସିଥାଏ । ଆଗକୁ ପାର୍ବଣ ଆସୁଥିବାରୁ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ ପୋଲିସ ଏପରି ଆଗୁଆ ପଦକ୍ଷପ ନେଇଛି । ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୁଏ ସହାୟତା ପାଇଁ ଟୋଲ ଫ୍ରି ନମ୍ୱର ୧୧୨କୁ ଯୋଗାଯୋଗ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।