ରୋଗୀଙ୍କ ସର୍ଜରୀ କରିବା ପାଇଁ ୩ କିଲୋମିଟର ଦୌଡ଼ି ହସ୍ପିଟାଲରେ ପହଞ୍ଚିଲେ ଡାକ୍ତର
ବେଙ୍ଗାଲୁ: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି ବିଶ୍ୱାସ କରାଯାଏ। କାରଣ ଡାକ୍ତରଙ୍କ ଯୋଗୁଁ ହିଁ ମଣିଷ ଅନେକ ରୋଗରୁ ସୁସ୍ଥ ହୋଇପାରିଥାଏ । ତେବେ ବର୍ତ୍ତମାନ ଏଭଳି ଜଣେ ମହାନ୍ ଡାକ୍ତର ବିଷୟରେ ସାରା ଦେଶରେ ଚର୍ଚ୍ଚା ହେଉଛି । ଯିଏକି ରୋଗୀଙ୍କ ଜୀବନ ବଞ୍ଚାଇବାକୁ ତିନି କିଲୋମିଟର ଦୌଡ଼ି ଦୌଡ଼ି ହସ୍ପିଟାଲରେ ପହଞ୍ଚିଥିଲେ । ଆଉ ସର୍ଜରୀ କରି ରୋଗୀଙ୍କ ଜୀବନ ବଞ୍ଚାଇଥିଲେ ।
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଏହି ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଡାକ୍ତର ସମୟରେ ହସ୍ପିଟାଲ ପହଞ୍ଚି ରୋଗୀଙ୍କ ସର୍ଜରୀ କରିବା ପାଇଁ ଯେଉଁ ରାସ୍ତା ଆପଣାଇଥିଲେ । ତାହା ଏବେ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛି । ସେ ପ୍ରତିଦିନର ଟ୍ରାଫିକକୁ ନିଜ କାମରେ ବାଧା ହେବାକୁ ଦେଇନାହାଁନ୍ତି ।
ବେଙ୍ଗାଲୁରୁର ସରଜାପୁରର ମଣିପୁର ହସ୍ପିଟାଲରେ ଗ୍ୟାଷ୍ଟ୍ରୋଲୋଜୀ ସର୍ଜନ ଡାକ୍ତର ଗୋବିନ୍ଦ ନନ୍ଦକୁମାର ୩୦ ଅଗଷ୍ଟରେ ସବୁଦିନ ପରି ଘରୁ ହସ୍ପିଟାଲକୁ ବାହାରିଥିଲେ। ତାଙ୍କୁ ସେଦିନ ଜଣେ ମହିଳାଙ୍କ ଇମରଜେନ୍ସୀ ଲାପ୍ରୋସ୍କୋପିକ୍ ଗାଲବ୍ଲାଡର ସର୍ଜରୀ କରିବାର ଥିଲା । କିନ୍ତୁ ସରଜାପୁର-ମାରାଥଲୀ ଷ୍ଟ୍ରେଚ୍ ରୋଡ୍ରେ ସେ ଭୟଙ୍କର ଟ୍ରାଫିକ୍ ରେ ଫସିଯାଇଥିଲେ ।