ମା’ ଦଣ୍ଡକାଳୀ ମନ୍ଦିରରୁ ଚୋରି ପରେ କ୍ୟାମେରା ହାର୍ଡଡିସ୍କ ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲାର ମନ୍ଦିରଗୁଡ଼ିକ ଉପରେ ବର୍ତ୍ତମାନ ଚୋରମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଚୋରି ହେଉଛି। ହିଂଜିଳି ଥାନା ଅନ୍ତର୍ଗତ ସମରଝୋଳା ଗ୍ରାମର ମା’ ଦଣ୍ଡକାଳୀଙ୍କ ମନ୍ଦିରରୁ ଗୁରୁବାର ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି। ତେବେ ପ୍ରମାଣ ନଷ୍ଟ କରିବା ପାଇଁ ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ନେଇଯାଇଛନ୍ତି। ଖବର ପାଇ ହିଂଜିଳି ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି।
ମନ୍ଦିରର କର୍ମକର୍ତାଙ୍କ କହିବାନୁଯାୟୀ, ସକାଳ ପ୍ରାୟ ୪ଟା ସମୟରେ ପୁଜକ ମନ୍ଦିର ଦ୍ୱାର ଖୋଲିବାକୁ ଆସିଲା ବେଳକୁ ଖୋଲା ଥିଲା। ଗାଁ ଲୋକଙ୍କୁ ଡକା ହୋଇଥିଲା। ମନ୍ଦିର ଭିତରେ ଦେଖିଲା ବେଳକୁ ମାଁଙ୍କ ମୂର୍ତ୍ତିରୁ ଦୁଇଟି ମଙ୍ଗଳସୂତ୍ର, ମୁକୁଟ ଏବଂ ଅନ୍ୟ ସୁନା ଅଳଙ୍କାର ଚୋରି ହୋଇଯାଇଛି। ଦାନ ହୁଣ୍ଡି ମଧ୍ୟ ଭଙ୍ଗା ଯାଇଛି। ମନ୍ଦିରରେ ୧୬ଟି ସିସିଟିଭି କ୍ୟାମେରା ଲାଗିଥିଲା। ତାହାର ଦୁଇଟି ହାର୍ଡଡିସ୍କକୁ ମଧ୍ୟ ଦୁର୍ବୃତ୍ତମାନେ ନେଇଯାଇଛନ୍ତି। ଟିଭି ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଭାଙ୍ଗି ଦେଇଛନ୍ତି। ଏନେଇ ଥାନାରେ ଅଭିଯେ।।ଗ ହୋଇଥିବା ସେମାନେ ପ୍ରକାଶ କରିଛନ୍ତି।

Related Articles

Back to top button