୪୪ କୋଟିରେ ଜାହ୍ନବୀଙ୍କ ଫ୍ଲାଟ କିଣିଲେ ରାଜକୁମାର

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ ତାଙ୍କ ବୃତ୍ତିଗତ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି। ବର୍ତ୍ତମାନ ରାଜକୁମାର ବିଷୟରେ ନୂଆ ଅପଡେଟ୍‌ ଆସିଛି। ଯାହାକୁ ଶୁଣି ପ୍ରଶଂସକମାନେ ବହୁତ ଉତ୍ସାହିତ ହେଉଛନ୍ତି ।

ରାଜକୁମାର ରାଓ ତାଙ୍କ ପତ୍ନୀ ପତ୍ରଲେଖାଙ୍କ ସହ ମିଶି ମୁମ୍ବାଇର ଜୁହୁରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ କିଣିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ରାଜକୁମାର ଏହି ଫ୍ଲାଟକୁ ବଲିଉଡର ସୁନ୍ଦରୀ ତଥା ଚୁଲ୍‌ବୁଲି ଅଭିନେତ୍ରୀ ଜାହ୍ନବୀ କପୁରଙ୍କଠାରୁ କିଣିଛନ୍ତି। ତାହା ପୁଣି ୪୪କୋଟି ଟଙ୍କାରେ । ଏହି ଫ୍ଲାଟ ୩୪୫୬ ବର୍ଗଫୁଟର ରହିଛି । ରାଜକୁମାର ରାଓ ବର୍ଗଫୁଟ ପ୍ରତି ପ୍ରାୟ ୧.୨୭ ଲକ୍ଷରେ ଫ୍ଲାଟ କିଣିଛନ୍ତି। ଏହି ଡିଲ୍ ଦେଶର ସବୁଠାରୁ ମହଙ୍ଗା କାରବାରରେ ପରିଣତ ହୋଇଛି।

ଏହାକୁ ଏବେ ଭାଇରାଲ ଭୟାନି ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଅଭିନେତ୍ରୀ ଡିସେମ୍ବର ୨୦୨୦ରେ ଏହାକୁ କିଣିଥିଲେ। ସେହି ସମୟରେ ଜାହ୍ନବୀ ଫ୍ଲାଟ ପାଇଁ ୩୯ କୋଟି ଟଙ୍କା ଦେଇଥିଲେ। ପ୍ରଶଂସକମାନେ ରାଜକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Related Articles

Back to top button