ଅଶୋଧିତ ତୈଳ ମୂଲ୍ୟରେ ୫%ରୁ ଅଧିକ ହ୍ରାସ

ବୁଧବାର ଅଶୋଧିତ ତୈଳର ମୂଲ୍ୟରେ ୫ ପ୍ରତିଶତକୁ ଅଧିକ ହ୍ରାସ ହୋଇଛି। ଦରବୃଦ୍ଧିକୁ କାବୁ କରିବା ପାଇଁ ସୁଧ ହାରରେ ଯେଉଁ ବୃଦ୍ଧି କରଯାଉଛି, ସେଥିରୁ ମନ୍ଦାବସ୍ଥା ସୃଷ୍ଟି ହେବାର ଭୟ ଏବେ ଅୟଲ ଟ୍ରେଡର୍ସଙ୍କୁ ଚିନ୍ତାରେ ପକାଇଛି। ଏହାର ପ୍ରଭାବ ତୈଳର ଚାହିଦା ଉପରେ ପଡିବ। ବୁଧବାର ୱେଷ୍ଟ ଟେକ୍ସାସ ଇଣ୍ଟରମିଡିଏଟର ମୂଲ୍ୟ ୫.୬ ପ୍ରତିଶତ ହ୍ରାସ ହୋଇ ୧୦୩.୩୧ ଡଲାର ପ୍ରତି ବ୍ୟାରେଲ ହୋଇଛି। ଅନ୍ୟପଟେ, ବ୍ରେଣ୍ଟ କ୍ରୁଡର ମୂଲ୍ୟ ୫.୨ ପ୍ରତିଶତ ହ୍ରାସ ହୋଇ ୧୦୮.୬୨ ଡଲାର ପ୍ରତି ବ୍ୟାରେଲ ହୋଇଛି।

ୟୁକ୍ରେନ ରୁଷ ଯୁଦ୍ଧ କାରଣରୁ ନିକଟ ଅତୀତର କିଛି ମାସରେ ଅଶୋଧିତ ତୈଳର ମୂଲ୍ୟ ଆକାଶଛୁଆଁ ହୋଇଥିଲା। ୱେଷ୍ଟ ଟେକ୍ସସ ଇଣ୍ଟରମିଡିଏଟ ଅଶୋଧିତ ତୈଳର ବ୍ୟାରେଲ ପିଛା ମୂଲ୍ୟ ନିକଟ ଅତୀତର ସର୍ବୋଚ୍ଚ ସ୍ତର ୧୨୪ ଡଲାରରେ ପହଞ୍ଚିଥିଲା।

ଉର୍ଜା ମୂଲ୍ୟ ବୃଦ୍ଧି ଯୋଗୁଁ ଦରବୃଦ୍ଧି ଉପରମୁହାଁ ହୋଇଛି ଏବଂ ଏଥିପାଇଁ ମୁଦ୍ରାସ୍ପୀତ୍ତି ୧୯୮୦ ପରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଗୁଡିକୁ ସୁଧହାର ବଢାଇବାକୁ ପଡିଛି । ସୁଧ ହାରରେ ବୃଦ୍ଧି ଯୋଗୁଁ ସାରା ଦୁନିଆ ଅର୍ଥବ୍ୟବସ୍ଥାରେ ଧିମେଇବାର ଭୟ ବଢିଛି। ଏହାସହ କ୍ରୁଡ ମାର୍କେଟରେ ଚାହିଦା କମିପାରେ। ଅନ୍ୟପଟେ ଗୋଲ୍ଡମ୍ୟାନ ସାକ୍ସ ଅନୁସାରେ, ଅଶୋଧିତ ତୈଳର ମୂଲ୍ୟରେ ପୁଣି ଥରେ ବୃଦ୍ଧି ଘଟିପାରେ। ଗୋଲ୍ଡମ୍ୟାନ ସାକ୍ସର କହିବା କଥା, ଦ୍ରବ୍ୟର ଡିମାଣ୍ଡ ଏହାର ଯୋଗାଣ ଠାରୁ ବହୁ ଅଧିକ ରହିଛି। ଅଭିବୃଦ୍ଧି ହାର ମନ୍ଥର ସତ୍ତ୍ୱେ ମାର୍କେଟଗୁଡିକ କଠିନତା ରହିବ |

Related Articles

Back to top button