‘ମୋ ବସ୍‌’କୁ ସମ୍ମାନଜନକ ଜାତିସଂଘ ପୁରସ୍କାର

ଓଡ଼ିଶାର ସହରାଞ୍ଚଳରେ ସାଧାରଣ ଯାତ୍ରୀଙ୍କୁ ସେବା ଯୋଗାଇ ଆସୁଥିବା ‘ମୋ ବସ୍‌’କୁ ବୁଧବାର ସମ୍ମାନଜନକ ଜାତିସଂଘ ପୁରସ୍କାର ମିଳିଛି। କ୍ୟାପିଟାଲ ରିଜିଅନ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ)କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

କୋଭିଡ୍‌-୧୯ ମହାମାରୀ ସମୟରେ ବିଶ୍ୱ ସମୁଦାୟକୁ ବିଭିନ୍ନ ସେବା ଯୋଗାଇ ଆସୁଥିବା ଭାରତ, ବ୍ରାଜିଲ୍‌, କାନାଡା, ଆୟର୍ଲାଣ୍ଡ, ପାନାମା, ଫିଲିପାଇନ୍ସ, ପୋଲାଣ୍ଡ, ସଉଦି ଆରବ, ଥାଇଲାଣ୍ଡ ଏବଂ ୟୁକ୍ରେନ୍‌ର ୧୦ଟି ଉନ୍ନତ ସେବାକୁ ଏହି ବିଶ୍ୱସ୍ତରୀୟ ସମ୍ମାନଜନକ ପୁରସ୍କାର ମିଳିଛି। ଏଥିମଧ୍ୟରେ ଶିଶୁ ସୁରକ୍ଷା, ଉନ୍ନତ ଲିଙ୍ଗଗତ ସମାନତା ଏବଂ ଜଳକ୍ଲିଷ୍ଟ ଲୋକଙ୍କୁ ସୁରକ୍ଷା ଦେବା ଭଳି ଉତ୍ତମ ବ୍ୟବସ୍ଥାକୁ ସାମିଲ କରାଯାଇଛି। ଜାତିସଂଘର ଅର୍ଥନୈତିକ ଓ ସାମାଜିକ ବ୍ୟାପାର ବିଭାଗ ପକ୍ଷରୁ ଭର୍ଚୁଆଲ୍‌ ଯୋଗେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

Related Articles

Back to top button