ଲଣ୍ଡନରେ ଆବର୍ଜନା ପାଣିର ସାମ୍ପଲରେ ପୋଲିଓ ଭାଇରସ ଚିହ୍ନଟ

ଲଣ୍ଡନରେ ପୋଲିଓ ଭାଇରସ ପୁଣି ତାର ଅସ୍ତିତ୍ୱ ଜାହିର କରିଛି। ଘରୁ ବାହାରୁଥିବା ଆବର୍ଜନା ପାଣିର ସାମ୍ପଲରେ ଏହି ପୋଲିଓ ଭାଇରସ ଚିହ୍ନଟ ହୋଇଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ବ୍ରିଟିଶ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ବୁଧବାର ସୂଚନା ଦିଆଯାଇଛି।

ତେବେ ବ୍ରିଟେନ୍‌ରେ କୌଣସି ବ୍ୟକ୍ତିଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇ ନାହିଁ। ଦୁଇ ଦଶନ୍ଧି ଧରି ପୋଲିଓ ଉପରେ ବିଜୟ ପାଇଥିବା ମଣିଷ ଆଶ୍ୱସ୍ଥିଲାଭ କରିଥିବା ବେଳେ ଏବେ ପୋଲିଓ ଭୂତାଣୁର ଚିହ୍ନଟ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।

ଚିହ୍ନଟ ହୋଇଥିବା ପୋଲିଓ ଭୂତାଣୁ ବିଷୟରେ ସୂଚନା ଦେଇ ହୁ କହିଛି (ବ୍ରିଟେନ୍ ରାଜଧାନୀରେ ଟାଇପ୍-୨ ଭ୍ୟାକ୍ସିନ ପୋଲିଓଭାଇରାସ(VDPV2)ଏନ୍‌ଭାର୍ଣ୍ଣମେଣ୍ଟାଲ ସାମ୍ପଲରେ ମିଳିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା କେବଳ ଦୂଷିତ ପରିବେଶରେ ସୀମିତ ରହିଥିବା ବେଳେ ଲଣ୍ଡନରେ କୌଣସି ମାମଲା ଚିହ୍ନଟ ହୋଇନାହିଁ। ) କିନ୍ତୁ ଏହା ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ହୋଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

ଏହି ରୋଗରେ ସାରାଜୀବନ ଭିନ୍ନକ୍ଷମ ହୋଇଯାଆନ୍ତି ପିଲା। ୫ ବର୍ଷରେ ପିଲାମାନଙ୍କୁ ଏହି ଭୂତାଣ ଆକ୍ରମଣ କରୁଥିବାରୁ ପିଲାମାନଙ୍କର ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ରହିଛି। ସୂଚନା ଥାଉକି, ୧୯୮୮ ବେଳକୁ ପୋଲିଓ ସଂଖ୍ୟାରେ ୯୯ ପ୍ରତିଶତ ହ୍ରାସ ପାଇଥିଲା। ପୋଲିଓ ଶେଷ ବେଳକୁ ୧୨୫ଟି ଦେଶରେ ମୋଟ ୩୫୦,୦୦୦ ମାମଲା ଚିହ୍ନଟ କରାଯାଇଥିଲା।

ତେବେ ଅଧିକାଂଶେ ଦେଶରେ ଏହି ଭୂତାଣ ଏକ ପ୍ରକାଶର ଶେଷ ପ୍ରାୟ ହୋଇଯାଇଥିବା ବେଳେ କେବଳ ଆଫଗାନିସ୍ତାନ ଓ ପାକିସ୍ତାନରେ ଏହା ଦେଖାଯାଉଛି।

Related Articles

Back to top button