ଖରାପ ପ୍ରେସର କୁକର ଦେବାରୁ ଫ୍ଲିପ୍‌କାର୍ଟକୁ ଏକ ଲକ୍ଷଟଙ୍କା ଫାଇନ୍‌

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ଗ୍ରାହକଙ୍କୁ ଖରାପ ପ୍ରେସରକୁକର ଦେବାରୁ ଫ୍ଲିପ୍‌କାର୍ଟକୁ କେନ୍ଦ୍ରୀୟ ଉପଭୋକ୍ତା ସୁରୁକ୍ଷା ଆୟୋଗଙ୍କ ପକ୍ଷରୁ ଏକ ଲକ୍ଷଟଙ୍କା ଜରିମାନା ଦେବା ପାଇଁ  ନିର୍ଦେଶ ଦେଇଛନ୍ତି । ଫ୍ଲିପ୍‌କାର୍ଟ ଏହାର ପ୍ଲାଟଫର୍ମରେ ଏକ ସୁରକ୍ଷା ନଥିବା ତଥା ଖରାପ ଗୁଣବତ୍ତା ବା କ୍ୱାଲିଟି ଥିବା ପ୍ରେସର କୁକୁର ବିକ୍ରି କରିଥିଲା । ଜଣେ ଉପଭୋକ୍ତା ଏ ବିଷୟରେ  ଅଭିଯୋଗ କରିଥିଲେ , ଏହାର ଶୁଣାଣୀ କରି Central Consumer Protection Authority (CCPA) ପକ୍ଷରୁ ଫ୍ଲିପ୍‌କାର୍ଟକୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

କେବଳ ସେତିକି ନୁହେଁ ଏହି ଗୁଣବତ୍ତାର ୫୯୮ଟି ପ୍ରେସର କୁକର ଅନ୍‌ଲାଇନ୍‌ ବିକ୍ରି କରାଯାଇଥିବା ବେଳେ ସମସ୍ତ ଗ୍ରାହକଙ୍କୁ ଏ ବିଷୟରେ ଜଣାଇବା , ଖରାପ ପ୍ରେସର କୁକୁରକୁ ଫେରାଇବା ନେବା ସହ ଟଙ୍କା ଫେରସ୍ତ ଦେବା ଲାଗି କୁହାଯାଇଛି । ସିସିପିଏର ମୁଖ୍ୟ କମିଶନର ନିଧି ଖାରେ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏ ବିଷୟରେ କଅଣ ପକ୍ଷେପ ଗ୍ରହଣ କଲେ ସେ ବିଷୟରେ ଫ୍ଲିପ୍‌କାର୍ଟ ୪୫ ଦିନ ମଧ୍ୟରେ କମିଶନରଙ୍କୁ ଜଣାଇବା ପାଇଁ ନିର୍ଦେଶ ଦିଆଯାଇଛି ।

Related Articles

Back to top button