ଚୋରି ଏୟାରପଡ୍‌ ଫେରିପାଇବା ପାଇଁ ୨.୨ ଲକ୍ଷ ଖର୍ଚ୍ଚ କରିବା ସହ ୭ ହଜାର କି.ମି. ଯାତ୍ରା

ଲଣ୍ଡନ: ଲୋକେ ନିଜର ଅତି ପ୍ରିୟ ଜିନିଷକୁ ଯତ୍ନ ସହକାରେ ରଖନ୍ତି। ହେଲେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ଜିନିଷକୁ ପାଇବା ପାଇଁ ଜଣେ ନିଜର ସବୁକିଛି ଲଗାଇଦେବା ଘଟଣା ବିରଳ। ବ୍ରିଟେନ୍‌ରୁ ଏପରି ଏକ ରୋଚକ ଘଟଣା ସାମ୍‌ନାକୁ ଆସିଛି। ଜଣେ ଯୁବକ ତାଙ୍କର ଚୋରି ହୋଇଥିବା ଏୟାରପଡ୍‌କୁ ପାଇବା ପାଇଁ ୨.୨ ଲକ୍ଷ ଖର୍ଚ୍ଚ କରିବା ସହ ୭ ହଜାର କି.ମି. ଯାତ୍ରା କରିଛନ୍ତି। ଏଥିପାଇଁ ତାଙ୍କୁ ୫ ମାସ ସମୟ ଲାଗିଥିଲା। ବ୍ରିଟେନ୍‌ର ମାଞ୍ଚେଷ୍ଟରରେ ରହୁଥିବା ୩୧ ବର୍ଷୀୟ ଲେୱିସ୍‌ ଏଲିସ୍‌ ୫ ମାସ ତଳେ ବ୍ୟାଙ୍କକ୍‌ରୁ ଦୋହା ଯାତ୍ରା କରୁଥିଲେ। ଦୋହାରେ ବିମାନରୁ ଓହ୍ଲାଇବା ପରେ ସେ ଏୟାରପଡ୍‌କୁ ଖୋଜି ପାଇ ନ ଥିଲେ। ଘରକୁ ଫେରି ସେ ତାଙ୍କ ଏୟାରପଡ୍‌ର ସ୍ଥିତି ଜାଣିବାକୁ ଚେଷ୍ଟା କରିଥିଲେ। ଏୟାରପଡ୍‌ଟି କୌଣସି ସ୍ଥାନରେ ମୁଭିଂ ହେଉଥିବା ସେ ଜାଣିବାକୁ ପାଇଥିଲେ। ଏୟାରପଡ୍‌କୁ ପାଇବା ପାଇଁ ଲେୱିସ୍‌ ଟ୍ରେସର ହଣ୍ଟ୍‌ ମାଧ୍ୟମରେ ଖୋଜିବା ଆରମ୍ଭ କରିଦେଇଥିଲେ। ସେ କାତାରରୁ ନେପାଳର କାଠମାଣ୍ଡୁ ପରେ ଥାଇଲାଣ୍ଡ ଯାଇଥିଲେ। ଏୟାରପଡ୍‌କୁ ଟ୍ରାକ୍‌ କରି ସେ ଦୋହାର ଏକ ହୋଟେଲରେ ପହଞ୍ଚିଥିଲେ। ସେଠାରେ ଏୟାରପଡ୍‌କୁ ତାଙ୍କ ମୋବାଇଲ ସହ ଯୋଡ଼ିବାକୁ ଚେଷ୍ଟା କରିଥିଲେ। ଏୟାରପଡ୍‌ଟି ତାଙ୍କ ମୋବାଇଲ ସହ ଯୋଡ଼ି ହୋଇଥିଲା। ସେହି ହୋଟେଲ୍‌ର ଏକ ରୁମ୍‌ରେ ରହୁଥିବା ଜଣେ ବ୍ୟକ୍ତିଙ୍କଠାରୁ ତାଙ୍କ ଏୟାରପଡ୍‌ ଆଣିବାରେ ସଫଳ ହୋଇଥିଲେ।

Related Articles

Back to top button