ବିଶ୍ୱ ଧନୀ ତାଲିକାରେ ପୁଣି ତଳକୁ ଖସିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ: ଧନୀ ତାଲିକାରେ ପୁଣି ଥରେ ତଳକୁ ଖସିଲେ ଭାରତୀୟ ଶିଳ୍ପପତି ଗୌତମ ଆଦାନୀ। ବିଶ୍ୱ ଧନୀ ତାଲିକାରେ ଗୌତମ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ଆମାଜନ ମାଲିକ ଜେଫ୍ ବେଜୋସ ଆଦାନୀକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ପୂର୍ବରୁ ଆଦାନୀ ଦ୍ୱିତୀୟ ସ୍ଥାନରେ ଥିଲେ ଓ ଟେସ୍‌ଲା ସିଇଓ ଏଲନ ମସ୍କ ପ୍ରଥମ ସ୍ଥାନରେ ଅଛନ୍ତି।

ବ୍ଲୁମବର୍ଗ ବିଲିଓନେୟାର୍ସ ଇଣ୍ଡେକ୍ସର ସଦ୍ୟତମ ତାଲିକାରେ ବର୍ତ୍ତମାନ ଗୌତମ ଆଦାନୀଙ୍କ ସମ୍ପତି ୧୩୫ ବିଲିୟନ ଆମେରିକୀୟ ଡଲାର ରହିଥିବା ବେଳେ ବେଜୋସ୍‌ଙ୍କ ସମ୍ପତ୍ତି ବୃଦ୍ଧି ପାଇଁ ୧୩୮ ବିଲିୟନ ଆମେରିକୀୟ ଡଲାର ହୋଇଛି। ତାଲିକାରେ ଶୀର୍ଷରେ ଥିବା ଏଲନ ମସ୍କଙ୍କ ସମ୍ପତ୍ତି ରହିଛି ୨୪୫ ବିଲିୟନ ଆମେରିକୀୟ ଡଲାର।

ସୂଚନା ଥାଉକି ବ୍ଲୁମବର୍ଗ ବିଲିଓନେୟାର୍ସ ଇଣ୍ଡେକ୍ସ ବିଶ୍ୱ ଏକ ଦୈନିକ ରାଙ୍କିଂ କରୁଥିବା ବ୍ୟବସ୍ଥା। ମାର୍କେଟ୍‌ ଉତ୍ଥାନ ପତ୍ତନ ଆଦି ହିସାବରେ ଏହି ସଂସ୍ଥା ବିଶ୍ୱର ଧନୀ ତାଲିକା ପ୍ରସ୍ତୁତ କରିଥାଏ।

ଅଗଷ୍ଟ ୩୦ ତାରିଖରେ ଗୌତମ ଆଦାନୀ ପ୍ରଥମ ଏସିଆନ୍ ଭାବେ ବିଶ୍ୱ ଧନୀ ତାଲିକାରେ ତୃତୀୟ ସ୍ଥାନ ହାସଲ କରିଥିଲେ। ଲୁଇସ ବର୍ଣ୍ଣାଡ ଅର୍ଣନଲ୍ଟଙ୍କୁ ପଛରେ ତୃତୀୟ ସ୍ଥାନ ହାସଲ କରିଥିଲେ ଆଦାନୀ। ତେବେ ଆଦାନୀଙ୍କ ପରେ ଆଉ ଜଣେ ଭାରତୀୟ ମୁକେଶ ଅମ୍ବାନୀ ତାଲିକାରେ ୧୧ ନମ୍ବର ସ୍ଥାନରେ ଅଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୮୨ ବିଲିୟନ ଆମେରିକୀୟ ଡଲାର ରହିଛି।

Related Articles

Back to top button